ଗଞ୍ଜେଇ ଚାଲାଣ ବେଳେ ୨ ଗିରଫ ,ବିପୁଳ ପରିମାଣର ଗଞ୍ଜେଇ ଜବତ
ଭୁବନେଶ୍ୱର : ରାଜ୍ୟରେ ବେଧଡକ ଚାଲିଛି ଗଞ୍ଜେଇ । ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ୨ ସଦସ୍ୟ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୨୬୩ କେଜି ପରିମାଣରେ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କନ୍ଧମାଳରୁ ଝାଡ଼ଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ ନରମସିଂ ଦିଗଲ ଓ ମୃତ୍ୟୁଞ୍ଜୟ ଦିଗଲ । ବଡ଼ଗଡ଼ ଥାନା ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତଦ୍ୱୟଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଥିଲା ।
ଖବର ଅନୁସାରେ, ଗତକାଲି ଭୁବନେଶ୍ୱର ବଡ଼ଗଡ଼ ଥାନା ବାଙ୍କୁଆଳ ନିକଟରେ ଏକ ଗଞ୍ଜେଇ ବୋଝେଇ ବୋଲେରୋ ଯାଉଥିବା ନେଇ ଏସଟିଏଫ୍ ଟିମ୍ ଖବର ପାଇଥିଲେ । ଗଞ୍ଜେଇ ଗାଡିକୁ ପିଛାକରି ଜାତୀୟ ରାଜପଥରେ ଛକି ରହିଥିଲେ ଟିମ । ତେବେ ପୋଲିସ କୁ ଦେଖି ଗଞ୍ଜେଇ ବେପାରୀ ଗାଡି ବୁଲାଇ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ
ଏସଟିଏଫ୍ ଟିମ୍ ସେମାନଙ୍କୁ ପିଛା କରି ବଡ଼ଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ନିକଟରେ ଧରିଥିଲା । ଗାଡ଼ି ତଲାସୀ ବେଳେ ଅବୈଧ ଭାବେ ଲୁଚାଇ ନିଆଯାଉଥିବା ୨୬୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯକ୍ତ ୨ ଜଣ ହେଲେ କନ୍ଧମାଳ ଅଞ୍ଚଳର ନରସିଂହ ଦିଗାଲ ଓ ମୃତ୍ୟୁଞ୍ଜୟ ଦିଗାଲ। ଏହି ବିପୁଳ ଗଞ୍ଜେଇକୁ ଝାଡ଼ଖଣ୍ଡ ଚଳାଣ କରଯାଉଥିଲା ବୋଲି STF ପକ୍ଷରୁ ସୂଚନା ଦିଆଯାଇଛି । ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ STF ପ୍ରୟାସ ଚଳାଇଛି ।




