ସଡକ ଦୁର୍ଘଟଣାରେ ଦାଦା - ପୁତୁରାଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ଦାଦା - ପୁତୁରାଙ୍କ ମୃତ୍ୟୁ
Samaya Live News Picture
Published On

ଚାନ୍ଦବାଲି : ମର୍ମନ୍ତୁଦ  ସଡକ ଦୁର୍ଘଟଣାରେ ଦାଦା ପୁତୁରା ମୃତ ।  ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଗୁଆଁଳ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତର ହୋଇ ଉଭୟେ ରାସ୍ତାରେ ପଡ଼ିଥିଲେ  I ଏହି ପାଟ୍ରୋଲିଂ ରେ ଯାଉଥିବା ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟ ଦର୍ଶନୀ ଖଟୁଆ ସେମାନଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ୨ ଜଣଙ୍କୁ    ମୃତ ଘୋଷଣା କରିଥିଲେ। ମୃତ ଯୁବକ ଧାମରା ଦୋସିଙ୍ଗା ଅଞ୍ଚଳର ରାକେଶ ଜେନା ଏବଂ ମାନସ ଜେନା ବୋଲି ଜଣାପଡିଛି। ଆଜି ସକାଳେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Tags: