ନନ୍ଦନକାନନକୁ ଆସିଲେ ୧୯ ନୂଆ ଅତିଥି

ନନ୍ଦନକାନନକୁ ଆସିଲେ ୧୯ ନୂଆ ଅତିଥି

ଭୁବନେଶ୍ୱର : ପର୍ଯ୍ୟଟନ ଋତୁରେ ପଶୁପ୍ରେମୀଙ୍କ ପାଇଁ ଖୁସି ଖବର I ପଶୁ ଅଦଳବଦଳ ପ୍ରକ୍ରିୟାରେ ବାରଙ୍ଗ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛନ୍ତି ୧୯ ନୂଆ ଅତିଥି (ପଶୁପକ୍ଷୀ) । ଶୁକ୍ରବାର ଭୋର ସମୟରେ ଗୁଜରାଟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନରୁ ଏହି ପଶୁପକ୍ଷୀ ମାନେ ଆସି ପହଞ୍ଚିଛନ୍ତି । ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈ ପାଣି ଓଧ,୨ ଟି ମାଈ ଗଧିଆ, ୫ ପୁରୁଷ ଓ ୫ ମାଈ ଷ୍ଟାର କଇଁଛ ।  ୨ଟି ସିଲଭର ଫିଜଣ୍ଟ । ୫ଟି ଓଟ  I ସମସ୍ତଙ୍କୁ ମିଶାଇ ନନ୍ଦନକାନନରେ ପ୍ରଜାତି ସଂଖ୍ୟା ୧୧୭ରେ ପହଁଚିଛି I ଅଣାଯାଇଥିବା ନୂଆ ଅତିଥି ମାନଙ୍କୁ ଖୁଆଡ଼ ମଧ୍ୟରେ ୨୦ରୁ ୩୦ ଦିନ ପାଇଁ ପୃଥକୀକରଣରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Read More ଆରମ୍ଭ ହେଲା କୋଣାର୍କ ଫେଷ୍ଟିଭାଲ

Tags: