ଗୁଜରାଟରୁ ନନ୍ଦନକାନନ ଆସିବେ ୧୯ ଜନ୍ତୁ

ଗୁଜରାଟରୁ ନନ୍ଦନକାନନ ଆସିବେ ୧୯ ଜନ୍ତୁ
Samaya Live News Picture
Published On

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେବ ଜନ୍ତୁ ଅଦଳବଦଳ । ଏହି କ୍ରମରେ ଗୁଜରାଟରୁ ନନ୍ଦନକାନନ ଆସିବେ ୧୯ ଜନ୍ତୁ ।  ଏନେଇ ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନ ସହ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ  କଥାବାର୍ତ୍ତା ହୋଇଛି I ଏହାକୁ କେନ୍ଦ୍ରୀୟ  ଚିଡ଼ିଆଖାନା ପକ୍ଷରୁ ଅନୁମତି ମିଳିଥିବା  ଜଣାପଡ଼ିଛି ।

ଗୁଜୁରାଟ  ଚିଡ଼ିଆଖାନାରୁ ୪ ପ୍ରଜାତିର ୧୯  ଜୀବଜନ୍ତୁ ଆସୁଥିବା ବେଳେ ଏହାର  ପ୍ରତିବଦଳରେ ନନ୍ଦନକାନନ ୫ ପ୍ରଜାତିର ୧୪ ଜୀବଜନ୍ତୁ ଦେଉଛି ।  ଡ଼ିସେମ୍ବର ୧୦ ତାରିଖ ସୁଦ୍ଧା  ନୂଆ ଜୀବଜନ୍ତୁ ଆସି ନନ୍ଦନକାନରେ  ପହଞ୍ଚିବେ । ତେଣୁ ନନ୍ଦନକାନନ  ପକ୍ଷରୁ ଏକ ଟିମ ଗୁଜୁରାଟ ଯିବା  ପାଇଁ ପ୍ରସ୍ତୁତି ସରିଛି ।

 

Tags: