୪ ବର୍ଷରେ ପାଣିରେ ବୁଡି ୧୭୫୦ ଜଣଙ୍କ ମୃତ୍ୟୁ
By: Samaya Live News
ଭୁବନେଶ୍ୱର : ୪ ବର୍ଷରେ ପାଣିରେ ବୁଡି ଯାଇଛି ୧୭୫୦ ଜୀବନ। ଆଜି ଏ ନେଇ ଗୃହରେ ଉଦବେଗ ଜନକ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୨-୨୦୨୫ ମଧ୍ୟରେ ସମୁଦ୍ର ନେଇଛି ୮୨ ପ୍ରାଣ। ସେହିପରି ପାଣିରେ ବୁଡି କଟକରେ ସର୍ବାଧିକ ୧୭୯, କେନ୍ଦ୍ରାପଡ଼ାରେ ୧୧୦, ମୟୂରଭଞ୍ଜରେ ୧୫୪, ସମ୍ବଲପୁରରେ ୧୦୭, କେନ୍ଦୁଝରରେ ୧୬୦ ର ଚିତ୍ର ଚିନ୍ତା ବଢ଼ାଇ ଦେଇଛି। କେବଳ ୨୦୨୫ ମସିହାରେ ୪୨୭ ଜଣ ନଦୀରେ ବୁଡି ମରିଛନ୍ତି ।
Tags:


