ନୂଆ ପୁସ୍ତକରେ ୧୭୪୧ ତ୍ରୁଟି - ମନ୍ତ୍ରୀ

ନୂଆ ପୁସ୍ତକରେ ୧୭୪୧ ତ୍ରୁଟି - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟର ନୂଆ ପାଠ୍ୟପୁସ୍ତକଗୁଡ଼ିକରେ ୧,୭୪୧ଟି ତ୍ରୁଟି ଏବଂ ସଂଶୋଧନ ପାଇଁ ପ୍ରସ୍ତୁତି ଜାରି ରହିଛି । ଆଜି ବିଧାନସଭାରେ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ବହି ତ୍ରୁଟି ପାଇଁ ୧୦ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଥିପାଇଁ ରାଜ୍ୟ ଶିକ୍ଷକ ଶିକ୍ଷା ଗବେଷଣା ଏବଂ ତାଲିମ ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ସହ ନିର୍ଦ୍ଦେଶକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ୬ ଜଣ ସହ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ତ୍ରୁଟିଗୁଡ଼ିକ ସଂଶୋଧନ ପାଇଁ ଶିକ୍ଷକମାନଙ୍କୁ ଶୁଦ୍ଧିପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ତରଫରୁ ସଂଶୋଧିତ ପୁସ୍ତିକା ପ୍ରସ୍ତୁତି ଓ ଯୋଗାଣ ପ୍ରକ୍ରିୟା ଜାରି ରହିଛି । 

Tags: