ସୁଭଦ୍ରାରେ ଯୋଡି ହେଲେ ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା

 ସୁଭଦ୍ରାରେ ଯୋଡି ହେଲେ ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା

ଭୁବନେଶ୍ୱର : ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସରେ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲୁରହିଛି । ସୁଭଦ୍ରାକୁ ନେଇ ଗୃହରେ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ ବର୍ତ୍ତମାନ ସୁଦ୍ଧା ଓଡିଶାରେ ସୁଭଦ୍ରା ଯୋଜନାରେ ସମୁଦାୟ ଆବେଦନ ସଂଖ୍ଯା କେତେ? ତନ୍ମଧ୍ଯରୁ ହିତାଧିକାରୀ ରେଗୁଲାର ପାଇଥିବା ସଂଖ୍ଯା କେତେ ବୋଲି ପଚାରିଥିଲେ ଯାହାର ଉତ୍ତର ରଖିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ,ସରଜମିନ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା । ୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି । ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି ।

Read More ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର

ସେହିପରି ସୁଭଦ୍ରା ପାଇଁ ୧୩ କୋଟି ୮ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ପୋର୍ଟାଲର ମେଣ୍ଟେନାନ୍ସ, ହଷ୍ଟିଙ୍ଗ ଏବଂ ଡାଟା ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ଅର୍ଥ । ସୁଭଦ୍ରା ପୋର୍ଟାଲ, ମେଣ୍ଟାନାନ୍ସ, ଡେଭଲପମେଣ୍ଟ ଓ ସୁରକ୍ଷା ପାଇଁ ୧ କୋଟି ୫୪ ଲକ୍ଷ ୭୮ ହଜାର ଖର୍ଚ୍ଚ କରିଛି ବିଭାଗ । କ୍ଲାଉଡ୍‌ ହୋଷ୍ଟିଂ ପାଇଁ ଖର୍ଚ୍ଚ ହୋଇଛି ୧୨ କୋଟି ୨୮ ଲକ୍ଷ ୧୫ ହଜାର ଟଙ୍କା ।

Read More ଉଡ଼ାଣରେ ବିଳମ୍ବ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

 

Read More ଆରମ୍ଭ ହେଲା କୋଣାର୍କ ଫେଷ୍ଟିଭାଲ

 

Tags: