୧୦୮ ସେବାରେ ଆଉ ୧୫୦ ଆମ୍ବୁଲାନ୍ସ ସାମିଲ

 ୧୦୮ ସେବାରେ ଆଉ ୧୫୦ ଆମ୍ବୁଲାନ୍ସ ସାମିଲ
Samaya Live News Picture
Published On

ଭୁବନେଶ୍ୱର: ୧୫୦ ଟି ନୂତନ ଆମ୍ବୁଲାନ୍ସ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ୪୨୦ଟି ନୂଆ ଆମ୍ବୁଲାନ୍ସ ଚଳାଚଳ ଶୁଭାରମ୍ଭ କରିଛନ୍ତି I ଦୀର୍ଘଦିନ ବ୍ୟବଧାନ ପରେ ଖରାପ ୧୦୮ ଆମ୍ବୁଲାନ୍ସ ବଦଳରେ ନୂଆ ଗାଡ଼ି ଗଡ଼ିବ। ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଆମ୍ବୁଲାନ୍ସର ବ୍ରାଣ୍ଡିଂ ହୋଇଥିବାବେଳେ ସେଥିରୁ ୧୫୦ଟି ୧୦୮ ଆମ୍ବୁଲାନ୍ସ ଗଡ଼ିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଗାଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ରାଜ୍ୟରେ ଗଡ଼ୁଥିବା ଆମ୍ବୁଲାନ୍ସ ମଧ୍ୟରୁ ୪୨୦ଟି ଆମ୍ବୁଲାନ୍ସର ଅବଧି ‌ଶେଷ ହୋଇଛି। ନୂଆ ଆମ୍ବୁଲାନ୍ସ ଆସିବା ପରେ ପୁରୁଣା ଆମ୍ବୁଲାନ୍ସକୁ ସମ୍ପୃକ୍ତ ଜିଲ୍ଲାର ସିଡିଏମ୍‌ଓଙ୍କ ଜରିଆରେ ହସ୍ତାନ୍ତର କରାଯିବ। ପରେ ଏହା ଉପରେ ସରକାର ନିଷ୍ପତ୍ତି ନେବେ।

 

Tags: