ସଡକ ଦୁର୍ଘଟଣାରେ ୨୪ ଘଣ୍ଟାରେ ୧୫ ଜଣଙ୍କର ମୃତ୍ୟୁ

ସଡକ ଦୁର୍ଘଟଣାରେ ୨୪ ଘଣ୍ଟାରେ ୧୫ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ବ୍ୟାପକ ସଡକ ସୁରକ୍ଷା ସଚେତନତା ସତ୍ତ୍ୱେ ରାଜ୍ୟରେ ଥମୁନାହିଁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୫ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଗତ ବିଳମ୍ବିତ ରାତିରେ ସମ୍ବଲପୁର ବରଗଡ଼ରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବାବେଳେ ବୋଲେରୋ ଦୁର୍ଘଟଣାରେ ଗୋଟିଏ ପରିବାରର ୨ଟି ବାଇକରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କୁଚିଣ୍ଡା ଜମନକିରା ଥାନା NH-୫୩ର ପିଠାମାରେନରେ ଏକ ବାଇକ ସହ କଣ୍ଟେନର ମୁହାଁମୁହିଁ ଧକ୍କା ହେବା ଫଳରେ ୩ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହିତ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ସେହିପରି କେନ୍ଦୁଝର ଜିଲ୍ଲା ବାଂଶପାଳରେ ଟ୍ରକ୍ ସହ ବାଇକ ଧକ୍କାରେ ବାପ-ପୁଅଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ମା'ଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ସଦର ଥାନା ତେନ୍ତୁଳି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିଜର ଛକରେ  ଏକ ଅଟୋକୁ ଦ୍ରୁତଗାମୀ କାର ଧକ୍କାଦେବା ଫଳରେ ଘଟଣାସ୍ଥଳରେ ୧ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଖୋର୍ଦ୍ଧା ଜିଲ୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ବଣାଇରେ ଟ୍ରକ୍ ପଛରେ ଧକ୍କାଦେଇ ୨ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଥିବାବେଳେ ବାରଙ୍ଗ, ବଲାଙ୍ଗିର ଓ ପୋଲସରାରେ ଦୁର୍ଘଟଣାରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି  ।

ସମ୍ବନ୍ଧିତ ଖବର ସୁରକ୍ଷିତ ହୋଲି ଟିପ୍ସ

 

ସମ୍ବନ୍ଧିତ ଖବର ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଉର୍ଦ୍ଧ୍ବ କଳାକାର ଆହତ

Tags: