୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ

୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ

ରାଜ୍ୟ ସଡକ ପରିବହନ ନିଗମର ବସ୍‌ ପାଇଁ ସ୍ମାର୍ଟ କାର୍ଡର ଶୁଭାରମ୍ଭ, ଯାତ୍ରୀମାନେ କାଟିବେ କ୍ୟାସଲେସ୍ ଟିକେଟ୍

ସମ୍ବନ୍ଧିତ ଖବର ଭାରତ ବନ୍ଦ ଡାକରା ଯୋଗୁଁ ଘୁଞ୍ଚିଲା ଜିଏନଏମ ପରୀକ୍ଷା

ସଡକ ପରିବହନ ନିଗମରେ ୪୬ କୋଟି ଟଙ୍କାରେ ୧୦୦ଟି ନୂତନ BS-6 ବସ୍‌ ସାମିଲ୍

ସମ୍ବନ୍ଧିତ ଖବର ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ,ଡ୍ରାଇଭର ମୃତ ୧୦ ଆହତ

ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ

ସମ୍ବନ୍ଧିତ ଖବର ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

କଳିଙ୍ଗା ଘାଟିରେ ବାଜିବ ସାଇରନ 

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡକୁ ଲୋକାର୍ପିତ କରିଛନ୍ତି । ୧୫୬.୫୩ କୋଟି ଟଙ୍କା ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡ ଗୁଡିକ ରାଜ୍ୟର ୧୦ଟି ଜିଲ୍ଲାରେ ନିର୍ମିତ ହୋଇଛି। ପୂର୍ବରୁ ୫୫ଟି ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ ହୋଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା, ଉପଖଣ୍ଡ, ପଞ୍ଚାୟତ ସମିତି ଓ ପୌରପାଳିକା ଗୁଡିକରେ ଅଟଳ ବସଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଆଜି ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୪୬ କୋଟି ଟଙ୍କା ମୂଲ୍ୟର ୧୦୦ଟି ନୂତନ BS-୬ ମାନର ଆଧୁନିକ ବସ୍ ଚଳାଚଳର ଶୁଭାରମ୍ଭ କରାଯାଇଛି। ନିଗମର ପୁରୁଣା ବସ୍ ବଦଳରେ ଏହି ସବୁ ପରିବେଶ ଅନୁକୂଳ ଅତ୍ୟାଧୁନିକ ନୂଆ ବସ୍ କିଣାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିବହନ ନିଗମ ପକ୍ଷରୁ ପରିଚାଳିତ ବସ୍‌ଗୁଡିକ ପାଇଁ ‘Closed Loop Smart Transit Card’ ବା ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି କାର୍ଡ ବ୍ୟବହାର କରି ଯାତ୍ରୀମାନେ କ୍ୟାସଲେସ୍ ଟିକେଟ୍ କାଟି ସୁବିଧାରେ ଯାତ୍ରା କରିପାରିବେ। 

ଏହି ଅବସରରେ ବ୍ରହ୍ମପୁର ଠାରେ CRUT ପକ୍ଷରୁ ନିର୍ମିତ ହୋଇଥିବା ଏକ ଅତ୍ୟାଧୁନିକ ବସ୍ ଡିପୋରୁ ୨୫ଟି ନୂତନ ଇ-ବସ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଆଧୁନିକ ପ୍ରଣାଳୀରେ ନିର୍ମିତ ଏହି ଡିପୋ ବ୍ରହ୍ମପୁର ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ଇ-ବସ ପରିଚାଳନା କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ ଜଣ ମହିଳା ଗାଡି ଚାଳକ ମାନଙ୍କୁ ଗାଡି ଚାବି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଆମ ସୁବାହକ ଯୋଜନା ଅଧୀନରେ ସରକାରୀ ଗ୍ୟାରେଣ୍ଟୀରେ କାର କିଣିବା ପାଇଁ ୠଣ ପ୍ରଦାନ କରାଯାଉଛି। 

ସେହିପରି,ଘାଟିରାସ୍ତା ଗୁଡିକରେ ସଡକ ସୁରକ୍ଷା ପାଇଁ ଏକ ଅନନ୍ୟ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । କଳିଙ୍ଗା ଘାଟିରେ ଗାଡି ଚାଳକମାନଙ୍କୁ ସତର୍କ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ ସୂଚନା ଘଣ୍ଟିର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ବ୍ୟବସ୍ଥାରେ ଘାଟିର ଉଭୟ ପଟୁ ଗାଡି ଆସୁଥିଲେ ସାଇରନ ବାଜି ସତର୍କ କରାଇବ। ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ଏହାର ସଫଳତାକୁ ଦେଖି ଅନ୍ୟାନ୍ୟ ଘାଟି ରାସ୍ତାରେ ଏହା ଆରମ୍ଭ କରାଯିବ। 

Tags: