ଭୁବନେଶ୍ୱରରେ ୧୩ ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ

ଶିକ୍ଷାକ୍ଷେତ୍ରରେ ସହଯୋଗ,ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ତ୍ଵ

ଭୁବନେଶ୍ୱରରେ ୧୩ ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ
Samaya Live News Picture
Published On

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ବୈଠକ । ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେଇ କାର୍ଯ୍ୟକ୍ରମର ପରିଚାଳନା କରିବେ । ବୈଠକକୁ ଉଦଘାଟନ କରି ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷାକ୍ଷେତ୍ରରେ ସହଯୋଗ,ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ତ୍ଵ ଦେଇଛନ୍ତି । ବୈଠକରେ ପ୍ରତିନିଧିତ୍ବ କରୁଛି ଭାରତ । ଏହି ସମ୍ମିଳନୀରେ ସଦସ୍ୟ ଦେଶ ମାନଙ୍କର ସଦସ୍ୟ ଏବଂ ମନ୍ତ୍ରୀମାନେ ଯୋଗ ଦେଇଛନ୍ତି । 

ଏହି ବୈଠକରେ ପ୍ରମୁଖ ଭାବେ ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା (ECCE), କୌଶଳ ବିକାଶ ଓ ବୃତ୍ତିଗତ ପ୍ରଶିକ୍ଷଣ, ଗବେଷଣା, ନବସୃଜନ, ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ଏବଂ ଶିକ୍ଷାଗତ ନେତୃତ୍ୱ ଭଳି ପ୍ରମୁଖ ବିଷୟଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ ।

ଶିକ୍ଷା କ୍ଷେତ୍ରରେ ସଂସ୍ଥାଗତ ସହଯୋଗ ବୃଦ୍ଧି ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଦିଗରେ ଏହି ବୈଠକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ସାବ୍ୟସ୍ତ ହେବ । ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଫଳାଫଳ ଏବଂ ଘୋଷଣାପତ୍ର ଆଜିର ମନ୍ତ୍ରୀସ୍ତରୀୟ ବୈଠକରେ ଅନୁମୋଦନ ଲାଭ କରିବ, ଯାହାକି ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ଏକ ଅନନ୍ୟ ସଫଳତା ଭାବେ ପରିଗଣିତ ହେଉଛି ।

ଭାରତ ଚତୁର୍ଥ ଥର ପାଇଁ ବ୍ରିକ୍ସର ଅଧ୍ୟକ୍ଷତା କରୁଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ତିନିଥର ବ୍ରିକ୍ସ ଅଧ୍ୟକ୍ଷତାର ଦାୟିତ୍ୱ ସଫଳତାର ସହ ପାଳନ କରିଥିବା ଉଲ୍ଲେଖ କରାଯାଇଥିଲା । ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା ସମେତ ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଓ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

 

Tags: