୧୨୮ କୋଟି ଚିଟଫଣ୍ଡ ଟଙ୍କା ଫେରସ୍ତ - ମୁଖ୍ୟମନ୍ତ୍ରୀ

୧୨୮ କୋଟି ଚିଟଫଣ୍ଡ ଟଙ୍କା ଫେରସ୍ତ  - ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଚିଟଫଣ୍ଡ ଟଙ୍କା ଫେରସ୍ତ ସମ୍ପର୍କରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି,ରାଜ୍ୟରେ ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଚିଟଫଣ୍ଡ ଟଙ୍କା ଫେରି ପାଇଛନ୍ତି । ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇ-ଟେକ୍‌ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର ୮ ଲକ୍ଷ ୭୮ ହଜାର ୯୫୩ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୨୭ ହଜାର ୬୪୨ ଜମାକାରୀଙ୍କୁ ୧୨୮ କୋଟି ଟଙ୍କା ଫେରସ୍ଥ କରାଯାଇଛି ଏବଂ ୮ଟି ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ଜବତ ସହ ବ୍ୟାଜ୍ୟାପ୍ତି ହୋଇଛି । ଏଥିରୁ ସରକାରଙ୍କୁ ସାଢେ ୮ କୋଟି ଟଙ୍କର ରାଶି ପ୍ରାପ୍ତ ହୋଇଛି ।

ସେହିପରି କମିଶନ ସୁପାରିଶ କରିଥିବା ୯୯ ହଜାର ୮୪୫ କ୍ଷୁଦ୍ର ଜମାକାରୀଙ୍କୁ ୪୭ କୋଟି ଟଙ୍କା କର୍ପସ ଫାଣ୍ଠିରୁ ଫେରସ୍ଥ କରାଯାଇଛି । ୬୮ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ୯୦ଟି ପ୍ରସ୍ତାବ ଉପରେ ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ ୪୨ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି । ବିଧାନସଭାରେ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଦେଇଛନ୍ତି ।

Tags: