ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ,ଯାତାୟତ ଠପ

ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ,ଯାତାୟତ ଠପ
Samaya Live News Picture
Published On

କେନ୍ଦୁଝର : ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।  ସଦର ଥାନା ଅଞ୍ଚଳରେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁଁ ଗାଡି ମୋଟର ଚଳାଚଳ ଠପ୍ ହୋଇଯିବା ସହ ଦୋକାନ ବଜାର ବନ୍ଦ ରହିଛି । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି ମୋଟର । ତେବେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି ।

ଅନୁପ୍ରବେଶକାରୀ, ଉପଦ୍ରବକାରୀ, ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବା ଦାବି କରାଯାଇଛି । କେନ୍ଦୁଝର ସହର, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା, ଘସିପୁରା, ଆନନ୍ଦପୁର ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଶ୍ଵହିନ୍ଦୁ ପରିଷଦର ନେତା ଓ ସଦସ୍ୟମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ କରିଛନ୍ତି। 

ସୂଚନାନୁସାରେ,୧୫ ତାରିଖରେ ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ । ଏବେ ପୀଡ଼ିତା ଜଣକ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ମାମଲାରେ ଜଣେ ବଙ୍ଗାଳୀ ଅନୁପ୍ରବେଶକାରୀ ଫେରିବାଲା ଗିରଫ ହୋଇଛନ୍ତି। ବଙ୍ଗାଳୀ ଅନୁପ୍ରବେଶକାରୀ ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ହେବା ସହ, ବ୍ରାଉନ ସୁଗର ଆଦି ମାଦକ ଦ୍ରବ୍ୟ ଜରିଆରେ ଯୁବପିଢ଼ିଙ୍କୁ ବିପଥଗାମୀ କରାଯାଉଥିବା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । 

Tags: