୧୨ ହଜାର ମାଟ୍ରିକ୍ ପରୀକ୍ଷା ପରୀକ୍ଷାର୍ଥୀ ଅନୁପସ୍ଥିତ

୧୨ ହଜାର ମାଟ୍ରିକ୍ ପରୀକ୍ଷା ପରୀକ୍ଷାର୍ଥୀ ଅନୁପସ୍ଥିତ

ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସ୍ବୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଲେ, ଏ ବିଷୟରେ ତର୍ଜମା କରାଯାଉଛି । କାହିଁକି ଅନୁପସ୍ଥିତ ରହିଲେ ସେନେଇ ତର୍ଜମା କରାଯାଉଛି । ଅନେକ ବ୍ୟକ୍ତିଗତ କାରଣରୁ ପରୀକ୍ଷା ଦିଅନ୍ତିନାହିଁ । ବିଭାଗ ସବୁ ବ୍ୟବସ୍ଥା କରିଛି କିପରି ସମସ୍ତେ ପରୀକ୍ଷା ଦେବେ । ବିଭାଗୀୟ ତ୍ରୁଟି ନାହିଁ, ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଛନ୍ତି । ସରକାର ଡ୍ରପ୍ ଆଉଟ୍ ରୋକିବାକୁ ସବୁ ପଦକ୍ଷେପ ନେଇଛନ୍ତି । ଚାଇଲ୍ଡ ଟ୍ରାକିଂ ସର୍ଭେ କରାଯାଉଛି । ନାମଲେଖା ଉତ୍ସବ କରାଯାଉଛି । ଆସ ସ୍କୁଲ ଯିବା ଅଭିଯାନ ବି କରାଯାଉଛି । ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ଦିନରେ ଆହୁରି ସଚେତନ କରାଇବାକୁ ସରକାର ପଦକ୍ଷେପ ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର ବିଜେଡି ରୁ ନିଲମ୍ବନ ପରେ ବଦଳିଲା ୨ ବିଧାୟକଙ୍କ ସିଟ

ସେପଟେ,ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଡ୍ରପ୍‌ ଆଉଟ୍‌ ୧୨.୮ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି ହୋଇଛି । ୨୦୨୪-୨୫ ଶିକ୍ଷାବର୍ଷରେ ୯ମ ଓ ୧୦ମର ସବୁଠୁ ଅଧିକ ପିଲା ପାଠ ପଢା ଛାଡିଛନ୍ତି । ନବମ ଓ ଦଶମ ଶ୍ରେଣୀରେ ୧୨.୫ ପ୍ରତିଶତ ଝିଅ, ୧୭.୩ ପ୍ରତିଶତ ପୁଅ ପାଠ ଛାଡ଼ିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨ପ୍ରତିଶତ ଡ୍ରପ୍ ଆଉଟ ହୋଇଛନ୍ତି । ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭ପ୍ରତିଶତ ପିଲା ପାଠ ପଢା ଛାଡିଥିବା ବିଧାନସଭାରେ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସମ୍ବନ୍ଧିତ ଖବର କଳିକେଶ ଏକା ଦଳକୁ ପାରିବେନି - ଦେବାଶିଷ

Tags: