ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ

ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ

ଭୁବନେଶ୍ୱର : ଓଡ଼ିଶାବାସୀ ସାବଧାନ । ସ୍କୁଲ ବସରେ ନାହିଁ ଫିଟନେସ୍‌ । ଆପଣ ଯଦି ନିଜର ପିଲାଙ୍କୁ ସ୍କୁଲ ବସରେ ଛାଡୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ । ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ସ୍କୁଲ, କଲେ ଯାଉଛନ୍ତି ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ଟି ବସରେ ଫିଟନେସ୍‌ ସାର୍ଟିଫିକେଟ ନଥିବା ସୂଚନା ମିଳିଛି । ସେଥିରୁ ରାଜଧାନୀରେ ଗଡୁଥିବା ୧୭ଟି ବସରେ ଫିଟନେସ୍‌ ସାର୍ଟିଫିକେଟ୍‌ ନଥିବା ଜଣାପଡିଛି । ତେବେ ରାଜ୍ୟର ବିଭିନ୍ନ ସ୍କୁଲରେ ୪୦୪୫ଟି ବସ୍ ପିଲାମାନଙ୍କୁ ନେବାଆଣିବା କରୁଛି ।

ସମ୍ବନ୍ଧିତ ଖବର ଆଜି ପ୍ରଭୁ ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି

ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି । ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ କି ସ୍କୁଲ ବସ୍, ଯାହାର ବି ଫିଟନେସ ନାହିଁ, ତା ଉପରେ ଆକ୍ସନ ନିଆଯିବ । ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା । ଏବେ ATS ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଫିଟନେସ ଦିଆଯିବ । ସମୟ ଲାଗୁଥିବାରୁ ବର୍ତ୍ତମାନ ପୁଣି ମାନୁଆଲି ଫିଟନେସ ଦିଆଯିବ । 

ସମ୍ବନ୍ଧିତ ଖବର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

Tags: