ଦେଢ଼ ବର୍ଷରେ ୧୧୪ ହାତୀଙ୍କ ମୃତ୍ୟୁ - ମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ଗତ ଦେଢ଼ ବର୍ଷ ମଲେଣି ୧୧୪ ହାତୀ । ସର୍ବାଧିକ ୪୨ ଗୋଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ବେଳେ ପ୍ରାକୃତିକ କାରଣ ପାଇଁ ୧୭ଟି ହାତୀଙ୍କର ମୃତ୍ୟୁ ଘଟିଛି । ସେହିପରି ନିଜ ନିଜ ଭିତରେ କଳହ ଲାଗି ୧୩ଟି ହାତୀଙ୍କର ଜୀବନ ଯାଇଛି । ବିଭିନ୍ନ ରୋଗ ଦ୍ୱାରା ୨୯ ଗୋଟି ହାତୀ ମରିଛନ୍ତି । ସେହିପରି ଶିକାରୀଙ୍କ ଦ୍ଵାରା ୬ ଗୋଟି ହତ୍ୟା କରାଯାଇଥିବା ବେଳେ, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ ଗୋଟି ହାତୀ ଓ ରେଳ ଦୁର୍ଘଟଣାରେ ୪ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି ।
ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଆଜି ବିଧାନସଭାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି ।
ସମ୍ବନ୍ଧିତ ଖବର ଅର୍ଥନୈତିକ ସର୍ଭେ ରିପୋର୍ଟ,ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ
Tags:



