ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

ସମ୍ମାନ ଓ ସ୍ୱାଭିମାନ ସହ ସାଲିସ କରି ନଥିଲେ ବିଜୁବାବୁ - ମୁଖ୍ୟମନ୍ତ୍ରୀ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଆଜି ମାର୍ଚ୍ଚ ୫ ତାରିଖ I ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି  ୧୧୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହେଉଛି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିଚାରଣ କରିଛନ୍ତି । ସେ କହିଅଛନ୍ତି ବିଜୁ ବାବୁଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଜୀବନର କୌଣସି ପରିସ୍ଥିତିରେ ସେ ସାଲିସ୍ କରି ନଥିଲେ ବିଜୁବାବୁ । ତାଙ୍କ ଜୀବନ ଥିଲା ସଙ୍ଘର୍ଷପୂର୍ଣ୍ଣ । ସେବା ସହିତ ବିକାଶକୁ ସେ ପ୍ରାଥମିକତା ଦେଇ ଆସିଥିଲେ । ସେ  ଓଡିଶା ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ । ଯାହା ଅଧୁରା ରହିଛି ସେ ଦିଗରେ ଆମ ସରକାର ପଦକ୍ଷେପ ନେଉଛନ୍ତି । ଆମ ସରକାର ତାଙ୍କ ସ୍ଵପ୍ନ ପୂରଣ ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି । 
 

ସମ୍ବନ୍ଧିତ ଖବର ଭୁବନେଶ୍ୱର-ଦୁବାଇ ବିମାନ ଉଡାଣ ବାତିଲ

Tags: