ବାତ୍ୟା 'ଅର୍ଣ୍ଣବ' ମୁଣ୍ଡଳିରୁ ଗଲେ ୧୧ NDRF ଟିମ

୩୦ ତାରିଖ ଯାଏଁ ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବାତ୍ୟା 'ଅର୍ଣ୍ଣବ' ମୁଣ୍ଡଳିରୁ ଗଲେ ୧୧ NDRF ଟିମ
Samaya Live News Picture
Published On

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ । ସ୍ଥାୟୀ ଓ ଅସ୍ଥାୟୀକୁ ମିଶାଇ ମୋଟ ୧୧୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । 'ଅର୍ଣ୍ଣବ'ର ମୁକାବିଲା ପାଇଁ ମୁଣ୍ଡଳି ସ୍ଥିତ  NDRF କ୍ୟାମ୍ପରୁ ୧୧ଟି ଟିମ୍ ବିଭିନ୍ନ ଜିଲ୍ଲା ଅଭିମୁଖେ ଯାତ୍ରା କରିଛନ୍ତି । ଓଡ଼ିଶାର ଉପକୂଳବର୍ତ୍ତୀ ଏବଂ ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ପାଇଁ ଏହି ଟିମ୍‌ଗୁଡ଼ିକୁ ମୁତୟନ କରାଯାଇଛି । ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶକୁ ଗଲା ୧୧ ଏନଡିଆରଏଫ ଟିମ୍। ଓଡ଼ିଶାରେ ୧୪୦ ଜଣଙ୍କୁ ନେଇ ୪ଟି ଏନଡିଆରଏଫ ଟିମ୍ ମୁତୟନ ରହିଛନ୍ତି।

ସମସ୍ତ NDRF ଟିମ୍ ଅତ୍ୟାଧୁନିକ ଉଦ୍ଧାର ସରଞ୍ଜାମ, ଗଛ କାଟିବା ମେସିନ୍, ବୋଟ୍ ଏବଂ ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ସହ ସମ୍ପୂର୍ଣ୍ଣ ସଜ୍ଜିତ ହୋଇ ବାହାରିଛନ୍ତି । ରାଜ୍ୟ ସରକାର ଏବଂ ଅଗ୍ନିଶମ ବାହିନୀ ମଧ୍ୟ ଏଥିପାଇଁ ହାଇ-ଆଲର୍ଟରେ ଅଛନ୍ତି ଏବଂ ବିଭିନ୍ନ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି ।

ସେପଟେ, ଆଜିଠୁ ୩୦ତାରିଖ ଯାଏଁ ଗୋପାଳପୁର ଓ ସୁନପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ସେହିପରି ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ଆନ୍ଧ୍ର ଓ ପାରାଦୀପରୁ ସମୁଦ୍ରକୁ ଆସିଥିବା ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆର୍ଯ୍ୟପଲ୍ଲୀ ଫିସିଂ ହାରବାର ଓ ଗୋପାଳପୁର ପୋର୍ଟରେ ଆଶ୍ରୟ ଦିଆଯାଇଛି । ୩ଟି ଓଡ୍ରାଫ ଟିମ ଜିଲ୍ଲାରେ ପହଞ୍ଚି ସାରିଛନ୍ତି ।

ଅନ୍ୟପଟେ ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲୀ ଜେଟି ପରିଦର୍ଶନ କଲେ କରି ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ । ଆନ୍ଧ୍ର ଓ ପାରାଦୀପରୁ ଆସିଥିବା ଟ୍ରଲର ଗୁଡିକୁ କିପରି ସୁରକ୍ଷା ଦିଆଯାଇଛ ? ସେମାନଙ୍କୁ କିପରି ସହଯୋଗ କରାଯାଇଛି ? ସେଗୁଡିକୁ ବୁଲି ଦେଖିବା ସହ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଜାଲ କୁ ମଧ୍ୟ ଜିଲ୍ଲାପାଳ ବୁଲି ଦେଖୁଛନ୍ତି । ସେହିଭଳି ମତ୍ସ୍ୟଜୀବୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି ।  

 

Tags: