କଲେଜରେ ରାଗିଂ,୧୦ ଛାତ୍ର ଆହତ

କଲେଜରେ ରାଗିଂ,୧୦ ଛାତ୍ର ଆହତ
Samaya Live News Picture
Published On

ଜଟଣୀ : +୨ କଲେଜରେ ରାଗିଂ ଅଭିଯୋଗ । ଭୁବନେଶ୍ୱର ଉପକଣ୍ଠ ଜଟଣୀ ଗଙ୍ଗପଡ଼ା ସ୍ଥିତ ଏକ ଘରୋଇ +୨ ଲକେଜର ପ୍ରଥମ ବର୍ଷର ଛାତ୍ରଙ୍କ ଉପରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ଛୁରୀ ଧରି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ପ୍ରଥମ ବର୍ଷର ୧୦ ଜଣ ଛତ୍ର ଆହତ ହୋଇଛନ୍ତି ।  ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି  । 

ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହୋଇଥିଲା ତୁମୁଳ ଗଣ୍ଡଗୋଳ । ଏହାପରେ ୨ୟ ବର୍ଷର ଛାତ୍ରମାନେ ଛୁରୀରେ ଆକ୍ରମଣ ଲାରିବରୁ ପ୍ରଥମ ବର୍ଷର ୧୦ ଜଣ ଛାତ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଘଟଣା ପରେ କଲେଜ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୁତୟନ କରାଯାଇଛି। ଇନଫୋଭ୍ୟାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାକୁ ନେଇ କଲେଜ ଅଧ୍ୟକ୍ଷା କହିଛନ୍ତି ପ୍ରମାଣ ମିଳିବା ପରେ ସମ୍ପୃକ୍ତ ଛାତ୍ରମାନଙ୍କୁ କଲେଜ ରୁ ବହିଷ୍କାର କରାଯିବ ।

Tags: