ରାଜ୍ୟରେ SIR ପାଇଁ ୧୦ ବରିଷ୍ଠ IAS ଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

ରାଜ୍ୟରେ SIR ପାଇଁ ୧୦ ବରିଷ୍ଠ IAS ଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶାରେ ଭୋଟର ତାଲିକାର ସଠିକ୍ ଓ ସ୍ୱଚ୍ଛ ସଂଶୋଧନ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ କରିଛନ୍ତି। ସେମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ନିଜ ନିଜ ଜିଲ୍ଲାକୁ ଅତିକମରେ ୩ ଥର ଗସ୍ତ କରିବେ । ସ୍ଥାନୀୟ ନେତା ଓ ସାଧାରଣ ଜନତାଙ୍କ ସହ ବୈଠକ କରି ସେମାନଙ୍କ ସମସ୍ୟା ଶୁଣିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର ନିର୍ଦେଶନାମା ଜାରି କରିଛନ୍ତି ।

ପର୍ଯ୍ୟବେକ୍ଷକ ମାନଙ୍କର ଗସ୍ତ ସୂଚୀ, ଟେଲିଫୋନ/ମୋବାଇଲ୍ ନମ୍ବର ଇତ୍ୟାଦି ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବ, ଯେପରି ସାଧାରଣ ଲୋକେ ସହଜରେ ଯୋଗାଯୋଗ କରିପାରିବାର ସୁଯୋଗ ପାଇବେ।

ନିର୍ଦେଶନାମା ଅନୁସାରେ, ରାଜେଶ ପ୍ରଭାକର ପାଟିଲ, IAS (କମିଶନର ତଥା ସମବାୟ ବିଭାଗ ସଚିବ)ଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ପର୍ଯ୍ୟବେକ୍ଷକ, ଅରବିନ୍ଦ ଅଗ୍ରୱାଲ, IAS (କମିଶନର ତଥା ଉଚ୍ଚଶିକ୍ଷା ବିଭାଗ ସଚିବ)ଙ୍କୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ, ବଳବନ୍ତ ସିଂହ, IAS (କମିଶନର ତଥା ପର୍ଯ୍ୟଟନ ବିଭାଗ ସଚିବ)ଙ୍କୁ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବି. ପରମେଶ୍ୱରନ, IAS (କମିଶନର ତଥା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସଚିବ)ଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଡ. ବିଜୟ କେତନ ଉପାଧ୍ୟାୟ, IAS (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ)ଙ୍କୁ ଦେବଗଡ଼, ସମ୍ବଲପୁର, ବରଗଡ଼, ଡି. ପ୍ରସନ୍ନ କୁମାର ରେଡ୍ଡୀ, IAS (ପ୍ରବନ୍ଧ ନିର୍ଦ୍ଦେଶକ, IDCO)ଙ୍କୁ ଗଞ୍ଜାମ, ଗଜପତି, ରାୟଗଡ଼ା, ସୁଧାଂଶୁ ମୋହନ ସାମଲ, IAS (ଆରଡିସି, କେନ୍ଦ୍ରାଞ୍ଚଳ)ଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ, ରଶ୍ମିତା ପଣ୍ଡା, IAS (କମିଶନର ତଥା MSME ବିଭାଗ ସଚିବ)ଙ୍କୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ୱର, ମହମ୍ମଦ ସାଦିକ ଆଲମ, IAS (କମିଶନର ତଥା ସାଧାରଣ ଉଦ୍ୟୋଗ ବିଭାଗ ସଚିବ)ଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ସଂଗ୍ରାମ କେଶରୀ ମହାପାତ୍ର, IAS (ଆରଡିସି, ଉତ୍ତରାଞ୍ଚଳ/ଦକ୍ଷିଣାଞ୍ଚଳ)ଙ୍କୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

ଯେଉଁ ବିଧାନସଭା ମଣ୍ଡଳୀଗୁଡ଼ିକରେ ଭୋଟରଙ୍କ ନାମ ବାଦ୍ ପଡ଼ିବା (Deletion) କିମ୍ବା ନୂଆ ନାମ ସଂଯୋଗ ହେବା (Addition)ର ହାର ଜିଲ୍ଲାର ହାରାହାରି ତୁଳନାରେ ୧%ରୁ ଅଧିକ ଥିବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଏହା ୩%ରୁ ଅଧିକ ଥିବ, ସେଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଓ କାରଣକୁ ପର୍ଯ୍ୟବେକ୍ଷକମାନେ ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ଯାଞ୍ଚ କରିବେ।

ସେହିପରି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟର ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ଜୁଲାଇ ୦୫ ତାରିଖରେ ପ୍ରକାଶ କରାଯିବ।

ଚିଠା ଭୋଟର ତାଲିକା ପ୍ରକାଶ ପାଇଲା ପରେ କୌଣସି ପ୍ରକାରର ଆପତ୍ତି କିମ୍ବା ଅଭିଯୋଗ ଥିଲେ, ୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ।

୫ ଜୁଲାଇ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ, ଫର୍ମ-୬ (Form 6)-ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ, ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ ।

 

Tags: