କଟକ ଏସସିବି ରେ ଭୟଙ୍କର ଅଗ୍ନିକାଣ୍ଡ ୧୦ ମୃତ
ବିଚାର ବିଭାଗୀୟ ତଦନ୍ତ ସହ ୨୫ଲକ୍ଷ ସହାୟତା ଘୋଷଣା
କଟକ : କଟକ ବଡ଼ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ । ରାତି ପ୍ରାୟ ୩ଟା ବେଳେ ଏସସିବି ମେଡିକାଲ ଟ୍ରମା କେୟାର୍ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲେ । ଏଥିରେ ୧୦ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୮ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ନ୍ୟୁ ମେଡିସିନ ଆଇସିୟୁ କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବଡ ମେଡିକାଲର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ପରେ ତିନୋଟି ଦମକଳ ଗାଡି ପହଞ୍ଚିଥିଲେ। ତୁରନ୍ତ ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲା। ନିଆଁ ଲାଗିଥିବା ହେତୁ ଅନ୍ୟ ରୋଗୀ ଏବଂ ତାଙ୍କ ପରିବାର ବର୍ଗ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଅଗ୍ନିକାଣ୍ଡ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସସିବିରେ ପହଞ୍ଚିବା ପରେ ନିଉ ମେଡ଼ିସିନ ୱାର୍ଡକୁ ପ୍ରଥମେ ଯାଇଥିଲେ । ତାଙ୍କ ସହ ସ୍ବାସ୍ଥ୍ୟ ସଚିବ,କଟକ ଜିଲ୍ଲାପାଳ, କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚିିଥିଲେ । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି । ସେହିପରି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ଏବଂ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ଅନ୍ୟପଟେ ମୃତକଙ୍କ ପରିଚୟ ମିଳିଛି । ମୃତକମାନେ ହେଲେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ଏମ୍ .ଡି ନ୍ୟୁମ୍ , ଗୌରାଙ୍ଗ ବାରକ, ଏସ୍ . କେ ଅବଦୁଲ ସତାର, ମଧୁସୂଦନ ଦଳାଇ , କୃଷ୍ଣଚନ୍ଦ୍ର ବିଶ୍ବାଳ ଓ ରବୀନ୍ଦ୍ର ଦାସ, ଚେରୁ ପରିଡ଼ା ଓ ମେନକା ରାଉତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେପଟେ ,କଟକ SCB ମେଡ଼ିକାଲରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଅଗ୍ନି ନିରାପତ୍ତା ଠିକରେ କାମ କରିନି । sprinklers କାମ କରିନି । ଯେଉଁମାନେ ଷ୍ଟାଫ ସେ ମାନେ କଣ୍ଟ୍ରୋଲ କରିବାରେ ବିଫଳ ହୋଇଛନ୍ତି । ଏହା ନିଶ୍ଚିତ ଭାବେ ଅବହେଳା । ୧୦ ଜଣ ଙ୍କ ମୃତ୍ୟ ଘଟିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଦରକାର । ସମ୍ପୂର୍ଣ ଅବେହେଳା ହୋଇଛି ବୋଲି କହିଲେ ସୋଫିଆ ଫିର୍ଦ୍ଦୋଷ ।
ସେହିଭଳି ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳ ଏବଂ କଟକ ମେୟର ସୁବାସ ସିଂ ମଧ୍ୟ କଟକ ଏସସିବିରେ ପହଞ୍ଚି ସତହତି ସମୀକ୍ଷା କରିଛନ୍ତି । ଅଗ୍ନି ନିର୍ବାପକ ବ୍ୟବସ୍ଥା ଅପରେସନାଲ ନଥିବାରୁ ଏଭଳି ଘଟିଲା ବୋଲି ସୁବାସ କହିଛନ୍ତି ।



