ଫେବୃଆରୀ ସୁଦ୍ଧା ନିଯୁକ୍ତି ହେବେ ୧୦ ହଜାର ପୋଲିସ - ଡିଜି
ସମ୍ବଲପୁର : ଓଡ଼ିଶା ପୋଲିସ ବାହିନୀରେ ହେବ ବଡ଼ ନିଯୁକ୍ତି । ଆସନ୍ତା ୨୦୨୭ ଫେବୃୟାରୀ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଆଜି ସମ୍ବଲପୁର ଗସ୍ତରେ ଯାଇଥିବା ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DG) ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ପୋଲିସ ବାହିନୀରେ ଥିବା ଖାଲିପଦବୀଗୁଡ଼ିକୁ ପୂରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ବଡ଼ ନିଯୁକ୍ତି ପ୍ରକ୍ରିୟା ହାତକୁ ନିଆଯାଇଛି ।
ଏଥିରେ କନଷ୍ଟେବଳ, ସବ୍-ଇନ୍ସପେକ୍ଟର (SI) ଏବଂ ବିଭିନ୍ନ ବିଶେଷ ସ୍ୱତନ୍ତ୍ର ସ୍କ୍ୱାଡ୍ (ଯେପରିକି OSSF, OISF ଓ ଟ୍ରାଫିକ ପୋଲିସ) ପାଇଁ ଖାଲିଥିବା ପଦବୀଗୁଡ଼ିକ ଅନ୍ତର୍ଭୁକ୍ତ ।
ସୂଚନା ଥାଉକି ସମ୍ବଲପୁର ଜିଲ୍ଲା ଗସ୍ତରେ ଅଛନ୍ତି ଓଡ଼ିଶା ପୋଲିସ୍ ଡିଜି । ବୁର୍ଲା ବିଟିଆଇରେ ସିପାହୀ ପାସିଂ ଆଉଟ୍ ପରେଡ୍ରେ ଯୋଗଦାନ କରିଛନ୍ତି । ଡିଆଇଜି କାର୍ଯ୍ୟାଳୟରେ ୫ ଜିଲ୍ଲାର ଏସ୍ପିମାନଙ୍କ ସହ ଆଇନଶୃଙ୍ଖଳା ସମୀକ୍ଷା ଓ ପୋଲିସ୍ ବ୍ୟବସ୍ଥାର ସମୀକ୍ଷା ହୋଇଛି।




