'ଥର୍' ଧକ୍କାରେ ୧ ମୃତ,୨ ଗୁରୁତର

'ଥର୍' ଧକ୍କାରେ ୧ ମୃତ,୨ ଗୁରୁତର

ଭୁବନେଶ୍ୱର : ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ରାଜଧାନୀରେ ପୁଣି ଆତଙ୍କ ଖେଳାଇଲା ଥର୍ । କ୍ୟାପିଟାଲ ହସପିଟାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ବିତ ରାତିରେ AG ଛକପଟୁ  ଦ୍ରୁତ ବେଗରେ ଆସି ଏକ ବୁଲେଟ୍କୁ ଧକ୍କା ଦେଇଥିଲା ଥର୍ । ବୁଲେଟ୍ ରେ ୩ ଜଣ କ୍ୟାପିଟାଲ ହସ୍ପିଟାଲ ପଟୁ ଏୟାର ପୋର୍ଟ ଆଡକୁ ୟୁ ଟର୍ନ ନେଉଥିବାବେଳେ ଥର୍ ଧକ୍କା ଦେବାରୁ ଡିଭାଇଡର ପିଟିହୋଇ ଚାଳକଙ୍କ ଜୀବନ ଯାଇଛି । ମୃତ ଯୁବକ ଓଲଡ ଟାଉନ ଗୋସାଗରେସ୍ୱର ଅଂଚଳର ରାଜା ପେଦିନି ବୋଲି ସୂଚନା ମିଳିଛି । ଆଉ ଦୁଇ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଥର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର ଆମ ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

Tags: