‘ଆମେ କେନ୍ଦୁଝରିଆ’ ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ ପାଳିତ
- କେନ୍ଦୁଝରିଆ ଅନୁଷ୍ଠାନର ଏହା ଥିଲା ପ୍ରଥମ ବୈଠକ
- କେନ୍ଦୁଝରର ବିଭିନ୍ନ ବିକାଶ ଉପରେ ଆଲୋଚନା
- କେନ୍ଦୁଝର ଫୁଲ ବଡ଼ି ଜିଆଇ ଟ୍ୟାଗ ପାଇଁ ଉଠିଲା ଦାବୀ
ଭୁବନେଶ୍ବର : ପଖାଳ ଉତ୍ସବରେ କେନ୍ଦୁଝର ବଡିର ଚର୍ଚ୍ଚା। କେବଳ ଚର୍ଚ୍ଚା ନୁହଁ କେନ୍ଦୁଝରର ଫୁଲ ବଡିର ଜିଆଇ ଟ୍ୟାଗ୍ ପାଇଁ ଉଠିଲା ଦାବି। ଆମେ କେନ୍ଦୁଝରିଆ‘ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ବରରେ ପାଳିତ ହୋଇଯାଇଛି ପଖାଳ ଦିବସ।
ସ୍ଥାନୀୟ ୭ ମାଇଲ୍ସ ହୋଟେଲଠାରେ 'ଆମେ କେନ୍ଦୁଝରିଆ' ଅନୁଷ୍ଠାନର ଏହା ଥିଲା ପ୍ରଥମ ବୈଠକ । ବୈଠକରେ କେନ୍ଦୁଝରର ବିଭିନ୍ନ ବିକାଶ ଉପରେ ଆଲୋଚନା ହୋଇଥିଲା।
ବିଶେଷ କରି କେନ୍ଦୁଝରର ପାରମ୍ପରିକ ‘ଫୁଲ ବଢି’କୁ ଜିଆଇ ଟ୍ୟାଗ ଉପରେ ବୈଠକରେ ଦାବି ଉପସ୍ଥାପନ ହୋଇଥିଲା । ଉପସ୍ଥିତ ଥିବା ସଦସ୍ୟଗଣ ଏହାକୁ ସମର୍ଥନ କରିଥିଲେ । ଏହାପରେ କେନ୍ଦୁଝରରେ ବିଭିନ୍ନ ଦର୍ଶନୀୟ ସ୍ଥାନର କିଭଳି ପ୍ରଚାର ପ୍ରସାର କରାଯାଇପାରିବ ଓ ଏହାସହ ସ୍ଥାନୀୟ ନିଯୁକ୍ତି କିପରି ବଢିପାରିବ ଏହା ଉପରେ ବିଶେଷ ଆଲୋଚନା ହୋଇଥିଲା । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ କେନ୍ଦୁଝରର ସଂସ୍କୃତି ଓ ପରମ୍ପରାକୁ କିଭଳି ଭାବେ ଅଧିକରୁ ଅଧିକ ଜାଣିବେ ଏହା ଉପରେ ଆଲୋଚନା ହୋଇଥିଲା । ପ୍ରଥମ କରି ହୋଇଥିବା ଏହି ବୈଠକରେ ଉପସ୍ଥିତ ଥିବା ସଦସ୍ୟମାନେ ସମସ୍ତେ ନିଜ ନିଜର ମତ ପୋଷଣ କରିଥିଲେ ।
ପଖାଳ ଉତ୍ସବରେ ସୁସ୍ବାଦୁ ବ୍ୟଞ୍ଜନର ବ୍ୟବସ୍ଥା ହୋଇଥିଲା। ଏଥିରେ ସ୍ଥାନ ପାଇଥିଲା ଫୁଲ ବଡି।
ଏହି ଅବସରରେ ତେଲକୋଇ ବିଧାୟକ ଡ଼ ଫକିର ଚରଣ ନାୟକ, ପୁଷ୍ପାଞ୍ଜଳି ପ୍ରଧାନ, ଗିରିଶ ଚନ୍ଦ୍ର ମହାନ୍ତ, ଡ଼ ସମନ୍ୱୟ ନନ୍ଦ, ସରୋଜ ବେହେରା, ଅନୁଜ ଦାସ, ଗୁରୁପଦ ନାଥ, ସନ୍ତୋଷ ମହାପାତ୍ର, ନେପୋଲିୟନ ମହାନ୍ତ, ମନୋଜ ନାଥ, ସୌମ୍ୟଜିତ ସିହ୍ନା, ଅରୁଣ ନାୟକଙ୍କ ସହ ବୈଠକରେ ୫୦ ରୁ ଊର୍ଦ୍ଧ୍ବ ସଦସ୍ୟ ଯୋଗଦେଇଥିଲେ ।



