ବେଆଇନ ଉଚ୍ଛେଦ ନୋଟିସ ବିରୋଧରେ ବିଏମସି ଅଫିସ ସାମ୍ନାରେ 'ଆମେ ଭୁବନେଶ୍ୱରିଆ' ବାସିନ୍ଦାଙ୍କ ଧାରଣା

ବେଆଇନ ଉଚ୍ଛେଦ ନୋଟିସ ବିରୋଧରେ ବିଏମସି ଅଫିସ ସାମ୍ନାରେ 'ଆମେ ଭୁବନେଶ୍ୱରିଆ' ବାସିନ୍ଦାଙ୍କ ଧାରଣା
Samaya Live News Picture
Published On

ଭୁବନେଶ୍ୱର : ବିଏମସିର ବେଆଇନ ସିଲିଂ ଓ‌ ଉଚ୍ଛେଦ ନୋଟିସ ବିରୋଧରେ ଆଜି ପୁଣିଥରେ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଭୁବନେଶ୍ୱର ବାସିନ୍ଦାଙ୍କ ଧାରଣା । ଏହାସହ ଜବରଦସ୍ତ ବିଏମସି ପାଣି ଯୋଗାଣ କାଟିବା ଓ କର୍ମଚାରୀ ମାନେ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ଆଣିଛନ୍ତି 'ଆମେ ଭୁବନେଶ୍ୱରିଆ'  ବାସିନ୍ଦା l 

ଗତ ଅକ୍ଟୋବର ମାସରେ ମଧ୍ୟ ଏନେଇ ଆମେ ଭୁବନେଶ୍ୱରିଆ ବାସିନ୍ଦା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ଦେଇଥିଲେ । ତେବେ ଆଜି ପୁନର୍ବାର ଏହି ପ୍ରସଙ୍ଗରେ ଅନିର୍ଦ୍ଧିଷ୍ଟ ପାଇଁ ଧାରଣା ଦେଇଛନ୍ତି ଆମେ ଭୁବନେଶ୍ୱରିଆ ସଂଗଠନ l ଭୁବନେଶ୍ୱର ସହରରେ ଆବାସିକ ଗୃହରେ ହୋଇଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକୁ ବିଏମସି ସିଲିଂ ଓ ଉଚ୍ଛେଦ ନୋଟିସ କରିବା ପରେ ତେଜିଛି ଅସନ୍ତୋଷ l ନୋଟିସ୍ ପ୍ରତ୍ୟାହାର ସହ ବନ୍ଦ କରିବା ଦାବିରେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି ଆମେ ଭୁବନେଶ୍ୱରିଆ l ଆବାହକ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଆମେ ଭୁବନେଶ୍ୱରିଆ ସଂଗଠନ ମାଧ୍ୟମରେ ଭୁବନେଶ୍ୱର ବାସିନ୍ଦା ଏକାଠି ହୋଇ ବିଏମସିର ସିଲିଂ ନୋଟିସ୍ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ସତ୍ୟାଗ୍ରହରେ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ମନ୍ମଥ ରାଉତରାୟ ପ୍ରମୁଖ ସାମିଲ ହୋଇଛନ୍ତି। ୨୦୦୦ରୁ ଉର୍ଦ୍ଧ ଭୁବନେଶ୍ୱର ବାସିନ୍ଦା ଏକାଠି ହୋଇ ସାମିଲ ହୋଇ ସତ୍ୟାଗ୍ରହକୁ ସମର୍ଥନ ଦେଇଛନ୍ତି l

Tags: