‘ସୁପର ଏଲ-ନିନୋ’ ପ୍ରଭାବ, କମ ହେବ ମୌସୁମୀ ବର୍ଷା
ଜୁନ ରୁ ସେପ୍ଟେମ୍ବର ୯୪ ପ୍ରତିଶତ କମ ବର୍ଷା ଆକଳନ
ନୂଆଦିଲ୍ଲୀ : ଚଳିତ ବର୍ଷ ଗୁରୁତର ଭାବରେ ପ୍ରଵାଭିତ ହେବ ଦେଶର ମୌସୁମୀ ବାୟୁ । ଜୁନରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ସମ୍ଭାବନା । ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ଭାଗରେ ପାରଦ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍ କରିସାରିଲାଣି। ଆମ ଓଡ଼ିଶାରେ ମଧ୍ୟ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ଲୁ’ (Heatwave) ଜାରି ରହିବା ସହିତ ତାପମାତ୍ରା ୪୫ ଡିଗ୍ରୀ ପାର କରିଛି। ଵିଶେଷକରି ତତଲା କଡେଇରେ ଭାଜି ହେଉଛି ପଶ୍ଚିମ ଓଡିଶା ।
ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ଜୀବନହନ୍ତା ଗରମ ପଛରେ କେବଳ ସ୍ଥାନୀୟ କାରଣ ନାହିଁ, ବରଂ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏକ ଶକ୍ତିଶାଳୀ ‘ସୁପର ଏଲ-ନିନୋ’ (Super El-Nino) ଦାୟୀ। ଏହା ୧୫୦ ବର୍ଷର ରେକର୍ଡ ଭାଙ୍ଗିବା ସହ ଭାରତରେ ମରୁ ଏବଂ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ IMD ଆକଳନ ଅନୁସାରେ ଚଳିତ ବର୍ଷ ଜୁନ ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ୭୦ ପ୍ରତିଶତ ରହିପାରେ ।
ସେହିପରି , ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍ ବର୍ଷା ସମ୍ଭାବନା ରହିଛି। ଜୁନ ମାସରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଲ୍-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ସେ କହିଛନ୍ତି । ସେହିପରି ମଧ୍ୟ ଭାରତରେ ୯୪ ପ୍ରତିଶତ କମ୍ ବର୍ଷା ହେବା ଆଶଙ୍କା ରହିଛି । ଉତ୍ତର-ପୂର୍ବ ଭାରତରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍ ଓ୍ୱେଭ୍ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ୧୬ ତାରିଖରେ ଆଣ୍ଡାମାନ ଛୁଇଁ ସାରିଛି ମୌସୁମୀ ।
ସମଗ୍ର ଦେଶରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଆନ୍ଧ୍ ପ୍ରଦେଶ, ମଧ୍ୟ ପ୍ରଦେଶ, ତେଲାଙ୍ଗାନା, ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ହିଟୱେଭ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ରଏଲସୀମା, ତାମିଲନାଡୁ, ପୁଡୁଚେରୀ ଓ କଡାଇକାଲରେ ଗ୍ରୀଷ୍ମ ଲହରୀରୁ ଏବେ ମୁକ୍ତି ମିଳିବ ନାହିଁ । ଏଲ୍ ନିନୋ ଯୋଗୁଁ ପାଗରେ ପରିବର୍ତ୍ତନ ଏବଂ ବର୍ଷା ପରିମାଣକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରିଛନ୍ତି ଆଇଏମଡି ଡିଜି ।



