'ସୁଭଦ୍ରା ବସ' ବସ ଚଳାଇବେ ମହିଳା

ତାଲିମ ପାଇଁ ଆଜି ପୁଣେ ଯିବେ ୨୦ ଜଣ ମହିଳା ଡ୍ରାଇଭର

'ସୁଭଦ୍ରା ବସ' ବସ ଚଳାଇବେ ମହିଳା

ଭୁବନେଶ୍ୱର : ମହିଳା ସଶକ୍ତି କରଣରେ ଆଉ ପାଦେ ଆଗେଇଲା ରାଜ୍ୟ । ଏଣିକି ‘ଆମ ବସ୍’ ଚଳାଇବେ ମହିଳା । ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ଆଜି ପୁଣେ ଯିବେ ୨୦ ଜଣ ମହିଳା ଡ୍ରାଇଭର । ଆଜି ୫.୩୦ରେ ରହିଛି ତାଙ୍କ ବିମାନ । ମହିଳାଙ୍କୁ ଫ୍ଲାଇଟ ଟିକେଟ ପ୍ରଦାନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୧୪ ଦିନ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଭି ବସ୍ ର ତାଲିମ ନେଇ ଫେବୃଆରୀ ୧୭ ରେ ଫେରିବେ ମହିଳା ଟିମ  ।

ସମ୍ବନ୍ଧିତ ଖବର ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ

ଏହି ଅବସରରେ ମନ୍ତ୍ରୀ କହିଛନ୍ତି,  ଐତିହାସିକ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାର ଭୁବନେଶ୍ୱରରେ ସୁଭଦ୍ରା ବସ୍‌ ସେବା ପ୍ରଚଳନ କରିବାକୁ ଯାଉଛନ୍ତି । ମହିଳା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଏହି ସେବା ମହିଳା ଡ୍ରାଇଭରମାନଙ୍କ ଦ୍ୱାରା ପରିଚାଳିତ ହେବ। ଯାହା ସାଧାରଣ ପରିବହନରେ ଲିଙ୍ଗ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ସମ୍ବନ୍ଧିତ ଖବର ଆଜିଠାରୁ OJEE ପାଇଁ ଆବେଦନ ଆରମ୍ଭ

ଆମ ବସ ବା ଛୋଟ ମିନି ଇଭି ବସ ଚଳାଇବେ ମହିଳା ଡ୍ରାଇଭର । ପୁଣେ ଟ୍ରାଫିକରେ ଚଳାଇବା ର ତାଲିମ ନେଇ ଆସିବେ ଏମାନେ । ଟ୍ରେନିଂ ପରେ ମହିଳା ଡ୍ରାଇଭର ଫେରିବା ପରେ ସୁଭଦ୍ରା ବସ ଚଲେଇବା ପାଇଁ ଲକ୍ଷ ରହିଛି । କେବଳ ମହିଳା ମାନେ ହି ବସ୍‌ରେ ଦାୟିତ୍ୱ ନେବେ। ଏହାସହ ମହିଳା ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ରହିବେ । 

ସମ୍ବନ୍ଧିତ ଖବର  ଓପିଏସସି ପରୀକ୍ଷା ପାଇଁ ତୃତୀୟ ଲିଙ୍ଗୀଙ୍କ ଆବେଦନର ଶେଷ ତାରିଖ ୧୫ ଦିନ ବୃଦ୍ଧି ହେବ

। 

 

Tags: