ଆଜି ମିଳିବ 'ସୁଭଦ୍ରା' ସହାୟତା ରାଶି
ଭୁବନେଶ୍ବର : ବଞ୍ଚିତ ହିତାଧିକାରୀ ପାଇବେ ସୁଭଦ୍ରା ସହାୟତା ରାଶି । ‘ସୁଭଦ୍ରା’ ଯୋଜନା ଅଧୀନରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ରହିଥିବା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ଏଥିନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୋମବାର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧ୍ୟାହ୍ନ ୧୨ଟାରେ ୧.୨୩ ଲକ୍ଷ ବଞ୍ଚିତ ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ପ୍ରଦାନ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ସୁଭଦ୍ରାର ୪ଟା କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୫୦୦୦ ହଜାର ଲେଖାଏଁ ଦିଆଯାଇଛି । ପୂର୍ବରୁ ସୁଭଦ୍ରାର ନୂତନ ପଞ୍ଜିକରଣ ତାରିଖ ଘୋଷଣା ହୋଇଥିଲା । ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏପ୍ରଲ୍ ୩୦ରେ ଶେଷ ହୋଇଥିଲା । ଯେଉଁମାନେ କୌଣସି କାରଣରୁ ଆବେଦନ କରି ନଥିଲେ, ସେମାନେ ଆବେଦନ କରିବା ପାଇଁ ସମସସୀମା ଦିଆଯାଇଥିଲା ।



