ଆଜି ମହିଳାଙ୍କ ଖାତାକୁ ଆସିବ 'ସୁଭଦ୍ରା' ସହାୟତା ରାଶି

ଆଜି ମହିଳାଙ୍କ ଖାତାକୁ ଆସିବ 'ସୁଭଦ୍ରା' ସହାୟତା ରାଶି
Samaya Live News Picture
Published On

ଭୁବନେଶ୍ୱର/ନୟାଗଡ଼: ଆଜି ଭାଇ ଭଉଣୀଙ୍କ ସ୍ନେହ ସୌହାର୍ଦ୍ଧ୍ୱ ର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ଖାତାକୁ ସୁଭଦ୍ରା ସହାୟତା ରାଶି ର ୫ମ କିସ୍ତି ପଠାଇବେ ରାଜ୍ୟ ସରକାର । ଏଥର ନୟାଗଡ଼ରେ ରାଜ୍ୟସ୍ତରୀୟ ଉତ୍ସବରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ  କରାଯିବ । ଏଥିପାଇଁ ନୟାଗଡ଼ ବ୍ଲକ୍‌ ଲାଠିପଡ଼ା ଗ୍ରାମ ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ  ସମ୍ମିଳନୀର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀର  ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ  ମହିଳାମାନଙ୍କୁ ଉଦ୍‌ବୋଧନ ଦେବେ ।

​​​​​​ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ୧୧ଟା ୧୫ରେ ହେଲିକପ୍ଟରରେ  ଆସି ପହଞ୍ଚିବେ । ୧୧ଟା ୨୫ରେ ସଭା ଆରମ୍ଭ ହୋଇ ୧ଟା ୧୦ରେ ଶେଷ ହେବ ।  ସାଢ଼େ ଗୋଟାଏରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ମୁଖ୍ୟମନ୍ତ୍ରୀଙ୍କ  ନୟାଗଡ଼ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି । ପଞ୍ଚମ କିସ୍ତିରେ ମୋଟ ୧.୦୩ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି  ସୂଚନା ମିଳିଛି । ତନ୍ମଧ୍ୟରେ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀ ଅଛନ୍ତି ।  ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯିବ ।  ଯେଉଁମାନଙ୍କର ପୂର୍ବରୁ ଏକ ବା ଏକାଧିକ କିସ୍ତି ବାକି ଅଛି, କ୍ଷେତ୍ର ଯାଞ୍ଚ ପରେ  ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ । ୫ମ କିସ୍ତିର ମାସକ ପରେ ବଞ୍ଚିତ ହିତାଧିକାରୀଙ୍କୁ  ଟଙ୍କା ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Tags: