ଛାତ୍ରୀଙ୍କୁ ସୁରକ୍ଷା ଦେବ 'ଶକ୍ତିଶ୍ରୀ' ଆପ
ଭୁବନେଶ୍ୱର : ରାଜ୍ୟର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନର ବଡ଼ ପଦକ୍ଷେପ । ଏଣିକି ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ'ଶକ୍ତିଶ୍ରୀ' ଆପ। ଏହି ଆପକୁ ମୋବାଇଲରେ ଇନଷ୍ଟଲ କରିବାକୁ ଶିକ୍ଷା ବିଭାଗର ନିର୍ଦେଶ ରହିଛି। ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଜାରି ହୋଇଛି । କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପ ମାଧ୍ୟମରେ ସୂଚନା ଦେଇପାରିବେ ଛାତ୍ରୀ । ଉଚ୍ଚଶିକ୍ଷା ଠୁ ଆରମ୍ଭ କରି ବିଭାଗ ପର୍ଯ୍ୟନ୍ତ ପହଞ୍ଚି ପାରିବ ଅଭିଯୋଗ । ଚଳିତ ମାସ ୨ତାରିଖରେ ଏହି ଆପ କୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ ଏହି ଆପ କାର୍ଯ୍ୟକାରୀ ହେବ।
ଏହି ଆପ୍ରେ ମାଧ୍ୟମରେ ବିଶେଷ କରି ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ସେବା ପାଇବେ । ଏଥିରେ ଏସ୍ଓଏସ୍ ଆସିଷ୍ଟାଣ୍ଟ, ସେଫ୍ଟି ଚେକ୍ ଇନ୍, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି ।
ଏହି ଆପ୍ରେ ମାଧ୍ୟମରେ ବିଶେଷ କରି ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ସେବା ପାଇବେ । ଏଥିରେ ଏସ୍ଓଏସ୍ ଆସିଷ୍ଟାଣ୍ଟ, ସେଫ୍ଟି ଚେକ୍ ଇନ୍, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି । ଅସୁବିଧା ସମୟରେ ଅନ୍ୟ ବ୍ୟକ୍ତିକୁ କିପରି ମୁକାବିଲା କରି ହେବ ତାକୁ ନେଇ ତାଲିମ ମଧ୍ୟ ଦିଆଯିବ । ଏଥିସହ ଛାତ୍ରୀ କିମ୍ବା ଛାତ୍ରମାନେ ଅସୁରକ୍ଷିତ ମଣୁଥିଲେ କିମ୍ବା କୌଣସି ସ୍ଥାନରେ ବିପଦରେ ପଡ଼ିଲେ ସଙ୍ଗେ ସଙ୍ଗେ ଲାଇଭ୍ ଲେକେସନ୍ ପଠାଇ ପାରିବାର ସୁବିଧା ମଧ୍ୟ ରହିଛି । ଜରୁରୀକାଳୀନ ଫୋନ୍ ସୁବିଧା ମଧ୍ୟ ରହିଛି । ପ୍ରତିଦିନ କିପରି ନିଜର ଦକ୍ଷତା ବୃଦ୍ଧି ହୋଇପାରିବ ଏହି ଆପ୍ରେ ମଧ୍ୟ ପ୍ରଶିକ୍ଷଣ ମିଳିପାରିବ ।




