ମାଟି ତଳୁ ବାହାରିବ 'ରାମୁ'ର କଙ୍କାଳ
ଭୁବନେଶ୍ୱର : ମୃତ୍ୟୁ ପରେବି ଅମର ରହିବ ‘ରାମୁ’ ହାତୀ । ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ। ଭରତପୁର ଜଙ୍ଗଲରେ ପୋତା ଯାଇଥିବା ରାମୁର କଙ୍କାଳ ଉଦ୍ଧାର କରାଯିବ । 'ରାମୁ' ର କଙ୍କାଳ ସଂରକ୍ଷିତ ହୋଇ ରହିବ। ଏଥିପାଇଁ ପ୍ରାଣୀ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୫ଜଣିଆ ଟିମ୍ ଗଠନ କରାଯାଇଛି। ଆଗରୁ ୪ ଜଣିଆ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ସମ୍ପୃକ୍ତ ସ୍ଥାନକୁ ଯାଞ୍ଚ କରିଛନ୍ତି। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଏହି ଚର୍ଚ୍ଚିତ ଗଜରାଜଙ୍କୁ ଜନମାନସରେ ଚିରକାଳ ଜୀବନ୍ତ ରଖିବାକୁ ପକ୍ରିୟା ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ।
ଚନ୍ଦକାର ଏହି ଚର୍ଚ୍ଚିତ ହାତୀକୁ ଲୋକଙ୍କ ମନରେ ଜୀବିତ ରଖିବାକୁ ଏଭଳି ଉଦ୍ୟମ କରାଯାଉଛି। ରାମୁ ଥିଲା ଚନ୍ଦକାର ସବୁଠୁ ବୟସ୍କ ଏବଂ ବଡ଼ ହାତୀ । ଶାନ୍ତ ସ୍ୱାଭାବ ପାଇଁ ଚର୍ଚ୍ଚାରେ ରହୁଥିଲା ରାମୁ ହାତୀ । ରାମୁ ଜନବସତିକୁ ଆସିଲେ ମଧ୍ୟ କାହାର କୌଣସି କ୍ଷତି କରୁନଥିଲା। ତେବେ ୨୦୨୪ ଅଗଷ୍ଟ ମାସ ୧୯ରେ ଭରତପୁର ଜଙ୍ଗଲରେ ବୁଲୁଥିବା ବେଳେ ବିଦ୍ୟୁତ ଆଘାତ ଯୋଗୁଁ ରାମୁ ର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।


