ମାଟି ତଳୁ ବାହାରିବ 'ରାମୁ'ର କଙ୍କାଳ

ମାଟି ତଳୁ ବାହାରିବ 'ରାମୁ'ର କଙ୍କାଳ

ଭୁବନେଶ୍ୱର : ମୃତ୍ୟୁ ପରେବି ଅମର ରହିବ ‘ରାମୁ’ ହାତୀ । ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ। ଭରତପୁର ଜଙ୍ଗଲରେ ପୋତା ଯାଇଥିବା ରାମୁର କଙ୍କାଳ ଉଦ୍ଧାର କରାଯିବ । 'ରାମୁ' ର କଙ୍କାଳ ସଂରକ୍ଷିତ ହୋଇ ରହିବ। ଏଥିପାଇଁ ପ୍ରାଣୀ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୫ଜଣିଆ ଟିମ୍ ଗଠନ କରାଯାଇଛି। ଆଗରୁ ୪ ଜଣିଆ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ସମ୍ପୃକ୍ତ ସ୍ଥାନକୁ ଯାଞ୍ଚ କରିଛନ୍ତି। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଏହି ଚର୍ଚ୍ଚିତ ଗଜରାଜଙ୍କୁ ଜନମାନସରେ ଚିରକାଳ ଜୀବନ୍ତ ରଖିବାକୁ ପକ୍ରିୟା ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ।

ସମ୍ବନ୍ଧିତ ଖବର ହାଇଟେକ୍‌ର ବିଶାଳ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର

ଚନ୍ଦକାର ଏହି ଚର୍ଚ୍ଚିତ ହାତୀକୁ ଲୋକଙ୍କ ମନରେ ଜୀବିତ ରଖିବାକୁ ଏଭଳି ଉଦ୍ୟମ କରାଯାଉଛି। ରାମୁ ଥିଲା ଚନ୍ଦକାର ସବୁଠୁ ବୟସ୍କ ଏବଂ ବଡ଼ ହାତୀ । ଶାନ୍ତ ସ୍ୱାଭାବ ପାଇଁ ଚର୍ଚ୍ଚାରେ ରହୁଥିଲା ରାମୁ ହାତୀ । ରାମୁ ଜନବସତିକୁ ଆସିଲେ ମଧ୍ୟ କାହାର କୌଣସି କ୍ଷତି କରୁନଥିଲା। ତେବେ ୨୦୨୪ ଅଗଷ୍ଟ ମାସ ୧୯ରେ ଭରତପୁର ଜଙ୍ଗଲରେ ବୁଲୁଥିବା ବେଳେ ବିଦ୍ୟୁତ ଆଘାତ ଯୋଗୁଁ ରାମୁ ର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ

Tags: