ସ୍ଥଳଭାଗ ଆଡକୁ ୨୫କି.ମି ବେଗରେ ମାଡି ଆସୁଛି 'ମୁରାସୁ'

ଆଜି ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସ୍ଥଳଭାଗ ଆଡକୁ ୨୫କି.ମି ବେଗରେ ମାଡି ଆସୁଛି 'ମୁରାସୁ'
Samaya Live News Picture
Published On

ଭୁବନେଶ୍ୱର : 'ଅର୍ଣ୍ଣବ' ପରେ ପରେ ପୁଣି ଆସୁଛି ଆଉ ଏକ ବାତ୍ୟା 'ମୁରାସୁ' । ସ୍ଥଳଭାଗ ଆଡକୁ ୨୫କି.ମି ବେଗରେ ମାଡି ଆସୁଛି ମୁରାସୁ । ଚେନ୍ନାଇ ଠାରୁ ୨୦୦କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ଏହା ବିଗତ ୬ଘଣ୍ଟା ମଧ୍ୟରେ ୨୨ରୁ ୨୫କି.ମି. ବେଗରେ ଉପକୂଳ ମୁହାଁ ହେଉଛି ।  ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି । 

ଏହି ବାତ୍ୟା ନଭେମ୍ବର ୨ ତାରିଖ ବିଳମ୍ବିତ ରାତିରୁ ନଭେମ୍ବର ୩ ତାରିଖ ସକାଳ (ଭୋର) ମଧ୍ୟରେ ଆନ୍ଧ୍ରପ୍ରଦେଶର ନେଲୁର ଏବଂ ନରସାପୁର (ଓଙ୍ଗୋଲ ନିକଟବର୍ତ୍ତୀ) ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ରହିବ ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଜାରି ରହିଛି । ଆଜି ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ବଢିବ ବର୍ଷା ପରିମାଣ । ଏଥିପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । 

ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ବାକି ଜିଲ୍ଲାଗୁଡ଼ିକୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୪ ତାରିଖରେ ବି ସାରା ଓଡ଼ିଶାକୁ ବର୍ଷା ପବନ ନେଇ ୱାର୍ଣ୍ଣିଂ ଜାରି ହୋଇଛି ।

 

Tags: