ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା 'ମାଖନା'

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା 'ମାଖନା'

ବାଂଶପାଳ : ଆଖି ବୁଜିଲା ଅସୁସ୍ଥ ହାତୀ ମାଖନା। ୩ ମାସ ଧରି ଚାଲିଥିଲା ଚିକିତ୍ସା I ଗତକାଲି ତେଲକୋଇ ରେଞ୍ଜ ଅଞ୍ଚଳରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛି । ଦନ୍ତାହାତୀ ଆକ୍ରମଣରେ ଗୁରୁତର ହୋଇଥିଲା ମାଖନା। ମାଖନା ହାତୀର ମୃତ୍ୟୁ ପରେ ଉକ୍ତ ସ୍ଥାନରେ ଏକ ଶୋକର ଛାୟା ଖେଳି ଯାଇଛି। ଗତ ୫ତାରିଖ ଦିନ ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜ ଶୁଆକାଠି ସେକସନର କସଡା ଗ୍ରାମ ନିକଟରେ ଏକ ଛୁଆ ମାଇହାତୀର ମୃତ୍ୟୁ ଘଟିଥିଲା । ଏକ ସପ୍ତାହ ମଧ୍ୟରେ ୨ଟି ହାତୀର ମୃତ୍ୟୁ ଘଟିଛି I

Read More ଆଜି +୨ ପରୀକ୍ଷା ଲାଗି ହେବ ତାରିଖ ଘୋଷଣା

ସୂଚନା ଅନୁସାରେ, ଗତ ୩ମାସ ତଳେ ଏକ ଦନ୍ତାହାତୀ ଆକ୍ରମଣରେ ଶିକାର ହୋଇଥିଲା ମାଖନା। ଗୁରୁତର ବସ୍ଥାରେ ଏକ ସ୍ବତନ୍ତ୍ର ଚିକିତ୍ସାକାରୀ ଦଳ ଗତ ନଭେମ୍ବର ୧୧ ତାରିଖରୁ ଟ୍ରାଙ୍କୁଲାଇଜ୍ କରି ହାତୀର ଚିକିତ୍ସା କରି ଆସୁଥିଲେ। ହେଲେ କିଛି ଦିନ ହେଲା ହାତୀଟିର ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା।  ଏକ ସ୍ବତନ୍ତ୍ର ଚିକିତ୍ସାକାରୀ ଦଳ ଗତ ନଭେମ୍ବର ୧୧ ତାରିଖରୁ ଟ୍ରାଙ୍କୁଲାଇଜ୍ କରି ହାତୀର ଚିକିତ୍ସା କରି ଆସୁଥିଲେ । ହେଲେ, କିଛି ଦିନ ହେଲା ହାତୀଟିର ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଗତକାଲି ରାତି ଠାରୁ ଖୁଣ୍ଟାପଡା ପଞ୍ଚାୟତ କନ୍ତଲେଇ ଗାଁ ଦାଢିଆମୁଣ୍ଡା ପଥରୀଘାଟ ଜମିରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିଲା । ଅସୁସ୍ଥ ମାଖନା ହାତୀକୁ ବେଲ୍ଟ ଲଗାଇ JCB ସାହାଯ୍ୟରେ ଶୁଖିଲା ଜମିକୁ ଅଣାଯିବା ସହିତ ଔଷଧ ଓ ସାଲାଇନ ଦେଇ ଚିକିତ୍ସା କରାଯାଉଥିଲା । କେନ୍ଦୁଝର ଡିଏଫଓ ପହଞ୍ଚି ହାତୀଟିର ସ୍ବାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରୁଥିଲେ । ବନ ବିଭାଗର ସମସ୍ତ ଚେଷ୍ଟା ଶେଷରେ ବିଫଳ ହୋଇଛି  । ୫୦ ବର୍ଷ ବୟସର ମାଖନା ଶେଷରେ ଆଖି ବୁଜିଦେଲା ।  ବାରମ୍ଭାର କେନ୍ଦୁଝର ଜିଲ୍ଳାରେ ହାତୀ ମୃତ୍ୟୁ ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।

Read More ରାଜ୍ୟରେ ୨୦୧୫୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ

Tags: