'ଲହରୀ' ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନରେ ସମ୍ମାନିତ
ଭୁବନେଶ୍ୱର : ଓଡ଼ିଆ ଫିଚର ଫିଲ୍ମ 'ଲହରୀ' କୁ ମିଳିଲା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଗତବର୍ଷ 'ପୁଷ୍କରା ଓ ଦ ସି ଆଣ୍ଡ ସେଭନ ଭିଲେଜେସ'କୁ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୨୪ ବର୍ଷ ପାଇଁ ,ଚଳିତ ବର୍ଷ 'ଲହରୀ' ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ହାତେଇଛି ।ଯାହା ଓଲିଉଡ ପାଇଁ ଏକଂ ଗର୍ବର ବିଷୟ । ଘୋଷଣା କରାଯାଇଥିବା ଏହି ପ୍ରତିଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଚଳଚ୍ଚିତ୍ରର ପୂରା ଟିମ୍କୁ ସମ୍ମାନିତ କରାଯାଇଛି । 'ଝିଲିକ ମୋସନ ପିକଚର ' ବ୍ୟାନରରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଏହା ପ୍ରଯୋଜିତ ହୋଇଛି ।

ଜୁରାଟରେ ଆୟୋଜିତ ଏହି ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ 'ଲହରୀ' ଫିଲ୍ମ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜିକା ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଯୋଗ ଦେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଝିଲ୍ଲିକ ଖୁସି ବ୍ୟକ୍ତ କରିବା ସହ ଏହା ଏକ ଗର୍ବର ଓ ଐତିହାସିକ ମୁହୁର୍ତ୍ତ ବୋଲି କହିଛନ୍ତି ।
ଫିଲ୍ମଟି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ପରଦାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଏବେ ଜାତୀୟ ପୁରସ୍କାର ଗ୍ରହଣ କରିଛି ।
ଲହରୀ' (Lahari) ହେଉଛି ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରଶଂସିତ ଓଡ଼ିଆ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟି ଓଡ଼ିଶାର ମାଟି, ପରମ୍ପରା, ଏବଂ ମାନବୀୟ ସମ୍ପର୍କର ଏକ ସୁନ୍ଦର ମିଶ୍ରଣ। ସାମାଜିକ ଜୀବନର ମୂଳ ତତ୍ତ୍ୱ, ବାପା-ପୁଅର ସମ୍ପର୍କ ଏବଂ ବାସ୍ତବ ଜୀବନର ଉତ୍ଥାନ-ପତନକୁ କାହାଣୀ ଗତିଶୀଳ ହୋଇଛି ।
ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ସମ୍ଭାଳିଛନ୍ତି । ମୁଖ୍ୟ କଳାକାର ଭାବେ ଏଥିରେ ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ହର ରଥ, ପ୍ରସେନଜିତ, ସ୍ୱସ୍ତିକ ଚୌଧୁରୀ ଏବଂ ଜେଇନଵ ଡୋଇୟର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।




