୭ ବର୍ଷ ପରେ ଇରାନରୁ ତେଲ ନେଇ ପାରାଦୀପରେ ପହଁଚିଲା 'ଜୟା'

୭ ବର୍ଷ ପରେ ଇରାନରୁ ତେଲ ନେଇ ପାରାଦୀପରେ ପହଁଚିଲା 'ଜୟା'
Samaya Live News Picture
Published On

ଭୁବନେଶ୍ବର : ଦେଶରେ ତୈଳ ସଙ୍କଟ ଦୂରୀ କରଣ ପାଇଁ ପ୍ରୟାସ ଜାରି ରହିଥିବାବେଳେ ପାରାଦୀପ ବନ୍ଦରରେ ଲାଗିଲା ତେଲ ବୋଝେଇ ଜାହାଜ । ଦୀର୍ଘ ୭ ବର୍ଷ ପରେ ପୁଣିଥରେ ଇରାନରୁ ଅଶୋଧିତ ତୈଳ ବୋଝେଇ କରି ପାରାଦୀପ ବନ୍ଦରରେ ପହଞ୍ଚିଛି ବୃହତ୍ ତୈଳ ଟ୍ୟାଙ୍କର 'MT - JAYA' । ରିଫାଇନାରୀ ବର୍ଥର ସିଙ୍ଗଲ ବୋରିଂ ପଏଣ୍ଟରେ ଜାହାଜ ଲାଗିଛି । ଜାହାଜକୁ ପାରାଦୀପ ବନ୍ଦର ପକ୍ଷରୁ ସ୍ୱାଗତ କରାଯିବା ପରେ 'MT - JAYA' ରୁ ଅନଲୋଡିଂ ପ୍ରକ୍ରିୟା ଆରମ୍ଭ ହୋଇଛି । IOCLପାରାଦ୍ୱୀପ ୟୁନିଟର ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ସାମନ୍ତରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆମେରିକାର କଟକଣା କୋହଳ ପରେ ପାରାଦ୍ୱୀପ ବନ୍ଦରରେ ପ୍ରଥମ ସରକାରୀ ତୈଳ ଟ୍ୟାଙ୍କର ଜାହାଜ ‘ଜୟା’ ଲାଗିଛି । ଏହି ଜାହାଜରେ ଇଣ୍ଡିଆନ ଅଏଲ କର୍ପୋରେସନ (IOCL) ପାଇଁ ପ୍ରାୟ ୨ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆସିଛି । ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକାର ଅସ୍ଥାୟୀ କଟକଣା ଛାଡ଼ ପରେ ଇରାନରୁ ଏହି ଆମଦାନୀ ସମ୍ଭବ ହୋଇଛି । ‘ଜୟା’ ପାରାଦ୍ୱୀପରେ ପହଞ୍ଚିଥିବା ବେଳେ ‘ଫେଲିସିଟି’ ନାମକ ଅନ୍ୟ ଏକ ଜାହାଜ ଗୁଜୁରାଟର ଶିକ୍କା ବନ୍ଦରରେ ପହଞ୍ଚିଛି । ଇରାନର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ‘ଖାର୍ଗ ଦ୍ବୀପ’ରୁ ଏହି ତେଲ ବୋଝେଇ କରାଯାଇଥିଲା। IOCL ପାରାଦ୍ୱୀପ ୟୁନିଟର ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ସାମନ୍ତରାୟ ଏହି ସୂଚନା ଦେଇଛନ୍ତି। ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ପୂର୍ବରୁ ଅର୍ଥାତ୍ ଫେବୃଆରୀ ଶେଷ ଆଡ଼କୁ ଏହି ଜାହାଜ ତେଲ ଧରି ଭାରତ ଅଭିମୁଖେ ବାହାରିଥିଲା । ୭ ବର୍ଷ ପରେ ଇରାନରୁ ତେଲ ଆସିବା ଭାରତର ଶକ୍ତି ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।

 

Tags: