‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ବଦଳିଲା ଦିବ୍ୟାଙ୍ଗଙ୍କ ଗାଇଡ଼ ଲାଇନ

ବାର୍ଷିକ ୫ରୁ ୧୦ ଲକ୍ଷ ମଧ୍ୟରେ ଆୟ ଥିଲେ ମିଳିବ ରିହାତି

‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ବଦଳିଲା ଦିବ୍ୟାଙ୍ଗଙ୍କ ଗାଇଡ଼ ଲାଇନ
Samaya Live News Picture
Published On

ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କ ବଡ଼ ଘୋଷଣା ।  ବଦଳିଲା ଗାଇଡଲାଇନ୍ । ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି । ପୂର୍ବରୁ ୨ ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ଯୋଜନାର ଫାଇଦା ମିଳୁଥିଲା । ରାଜ୍ୟ ସରକାର ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ସଂଶୋଧନ କରିଛନ୍ତି। ପରିବାରର ବାର୍ଷିକ ଆୟ ସୀମାକୁ ବୃଦ୍ଧି କରାଯାଇଛି। ଯେଉଁ ପରିବାରର ବାର୍ଷିକ ଆୟ ୫ଲକ୍ଷରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ଥିବ ସେମାନଙ୍କୁ ଭିନ୍ନକ୍ଷମ ଉପକରଣର ମୋଟ ମୂଲ୍ୟର ମାତ୍ର ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ । ସେହିପରି  ୧୦ଲକ୍ଷରୁ ଅଧିକ ବାର୍ଷିକ ଆୟ ଥିବା ପରିବାରଗୁଡ଼ିକୁ ମୋଟ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ ହେବ ବୋଲି ଉଲ୍ଲେଖ ରହିଛି। 

ପୂର୍ବରୁ ବାର୍ଷିକ ୨ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରକୁ ସମ୍ପୂର୍ଣ୍ଣ ମାଗଣାରେ ଓ ଏହାଠୁ ଅଧିକ ଥିବା ପରିବାରକୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଭିନ୍ନକ୍ଷମ ସହାୟକ ଉପକରଣ ଯୋଗାଇ ଦିଆଯାଉଥିଲା। ସେହିପରି ଶିକ୍ଷା ବୃତ୍ତିରେ ଦଶମ ଶ୍ରେଣୀ ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଭିନ୍ନକ୍ଷମମାନଙ୍କ ସନ୍ତାନଙ୍କ ପାଇଁ ପୂର୍ବରୁ ପରିବାରର ବାର୍ଷିକ ଆୟ ସୀମା ୨.୪୦ଲକ୍ଷ ଟଙ୍କାରୁ କମ୍ ରହିଥିଲା। ଏବେ ସେହି ଆୟସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Tags: