ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍‌ପିଟାଲରେ ‘ବେସିକ୍ ଲାଇଫ୍ ସପୋର୍ଟ' ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ

ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍‌ପିଟାଲରେ ‘ବେସିକ୍ ଲାଇଫ୍ ସପୋର୍ଟ' ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ
Samaya Live News Picture
Published On

ଭୁବନେଶ୍ବର : ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ବେସିକ ଲାଇଫ୍ ସପୋର୍ଟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ପ୍ରାୟ ୭ଶହରୁ ଅଧିକ ନସିଂ ଅଫିସର, ସୁପରଭାଇଜର, ନସିଂ ଛାତ୍ରଛାତ୍ରୀଙ୍କୁ ଏହି ଜୀବନ ରକ୍ଷାକାରୀ ତାଲିମ୍ ପ୍ରଦାନ କରାଯାଇଛି I ପ୍ରତିଟି ଜୀବନ ଅମୂଲ୍ୟ ଏବଂ ଏହି ତାଲିମ୍ ଦ୍ବାରା ନିୟୋଜିତ କର୍ମଚାରୀ ମାନେ ହସ୍‌ପିଟାଲ ପରିସରରେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସମର୍ଥ ହେବା ସହ, ହସ୍‌ପିଟାଲ ବାହାରେ ମଧ୍ୟ ଲୋକଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିପାରିବେ। ଯେପରିକି ହଠାତ୍ ହୃଦଘାତରେ ପୀଡିତ ଲୋକ, ପାଣିରେ ବୁଡିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପରେ କିପରି ସର୍ବନିମ୍ନ ସହାୟତାରେ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିବ ସେ ନେଇ ଅଭିଜ୍ଞ ଡାକ୍ତର ମାନେ ତାଲିମ୍ ପ୍ରଦାନ କରିଥିଲେ | ସିପିଆର, ଏୟାରୱେ ଭଳି ଜୀବନ ରକ୍ଷାକାରୀ ତାଲିମ୍ ରେଳ,ବିମାନ,ବସ୍‌ରେ ଯାତ୍ରା କରିବା ସମୟରେ କିମ୍ବା ଭିଡରେ ଥ‌ିବା ଲୋକ ଯଦି ହୃଦଘାତର ଶିକାର ହୁଏ ତେବେ ଏହା ଜୀବନ ବଞ୍ଚାଇବାରେ ଯଥେଷ୍ଟ ସାହାର୍ଯ୍ୟ କରିବ ବୋଲି କହିଥିଲେ ତାଲିମ୍ ପ୍ରଦାନକାରୀ ଡାକ୍ତର I ସେହିପରି ଏହି ତାଲିମ୍ ସେମାନଙ୍କ କର୍ମମୟ ଜୀବନରେ ବହୁତ ସାହାର୍ଯ୍ୟ କରିବା ସହ ଲୋକଙ୍କ ସେବାରେ ଲାଗିୱ ବୋଲି କହିଥିଲେ ନସିଂ ଅଧିକାରୀ ଓ ଛାତ୍ରଛାତ୍ରୀ ମାନେ | ଆୟୋଜିତ କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ୍ କଲେଜର ବହୁ ବରିଷ୍ଠ ଡାକ୍ତର, ଅଧିକାରୀ ଯୋଗଦେଇଥିଲେ।

Tags: