ଚଳିତ ବର୍ଷରୁ ଓଡ଼ିଆରେ ପଢ଼ା ହେବ +୨ ବିଜ୍ଞାନ ପାଠ୍ୟକ୍ରମ

ଚଳିତ ବର୍ଷରୁ ଓଡ଼ିଆରେ ପଢ଼ା ହେବ +୨ ବିଜ୍ଞାନ ପାଠ୍ୟକ୍ରମ
Samaya Live News Picture
Published On

ଭୁବନେଶ୍ବର : ଚଳିତ ବର୍ଷରୁ ଓଡ଼ିଆରେ ପଢା ଯିବ +୨ ବିଜ୍ଞାନ ପାଠ୍ୟକ୍ରମ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକ୍ରମେ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରସ୍ତୁତ +୨ (ଏକାଦଶ ଓ ଦ୍ୱାଦଶ ଶ୍ରେଣୀ) ବିଜ୍ଞାନ ପାଠ୍ୟପୁସ୍ତକ ପ୍ରସ୍ତୁତୁ କରାଯାଇଛି ।  ଓଡ଼ିଆରେ ବିଜ୍ଞାନ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ଗଣଶିକ୍ଷା ବିଭାଗ ନିର୍ଦେଶ ଅନୁଯାୟୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସାତଶହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଓଡ଼ିଆରେ ରଚିତ ବିଜ୍ଞାନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହିତ ବିଜ୍ଞାନ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।  ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାର ଉପାଦେୟତା ଓ ଆବଶ୍ୟକ ତା ବିଷୟରେ ସୂଚନା ଦିଆଯାଇଛି  ।  ଫଳରେ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଏହାହାରା ଉପକୃତ ହେବେ ।

ଓଡ଼ିଆରେ ନିଟ ଓ ଜେଇଇ ପରୀକ୍ଷା ପ୍ରଶ୍ନ ପତ୍ର ଆସୁଥିବାରୁ ଓଡ଼ିଆ ରେ ଯୁକ୍ତ୨ ବିଜ୍ଞାନ ପଢ଼ୁଥିବା ପିଲା ସୁଫଳ ପାଇପାରିବେ ବୋଲି କୁହାଯାଇଛି । ଏଥିସହ ଅଧ୍ୟକ୍ଷ ଓ ବିଜ୍ଞାନ ଶିକ୍ଷକଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 

ଓଡ଼ିଆରେ +୨ ବିଜ୍ଞାନ ଶିକ୍ଷାକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ନାମଲେଖା ଫର୍ମପୂରଣ ବେଳେ ଛାତ୍ରଛାତ୍ରୀ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବରେ ଗ୍ରହଣ କରିବାକୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡ. ସୁବ୍ରତ ପୃଷ୍ଟି ପରାମର୍ଶ ଦେଇଛନ୍ତି ।

ଶିକ୍ଷାବିତ୍ଙ୍କ ଅନୁସାରେ, ପ୍ରତିବର୍ଷ ସାଢ଼େ ୫ ଲକ୍ଷ ପିଲା ଓଡ଼ିଆ ମାଧ୍ୟମରେ ଦଶମ ପଢୁଥିଲେ ବି ଇଂରାଜୀ ଭାଷାକୁ ଭୟ କରି +୨ ଶ୍ରେଣୀରେ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ କରୁ ନ ଥିବାରୁ ପ୍ରାୟ ୮୦ ହଜାର ଆସନ ଖାଲି ପଡୁଛି। ଏହି ଭୟକୁ ଦୂର କରିବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷରା ସଂସ୍ଥା ଓଡ଼ିଆରେ ଇଞ୍ଜିନିୟରିଂ ବହି ପ୍ରସ୍ତୁତ କରିବା ପରେ ଏବେ +୨ ବିଜ୍ଞାନ ବହି ପ୍ରସ୍ତୁତ କରିଛି ।

Tags: