ଜାନୁଆରୀ ୨ ରେ +୨ ପ୍ରାକ୍ଟିକାଲ ପରୀକ୍ଷା

ଜାନୁଆରୀ ୨ ରେ +୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ । ୧୫ ତାରିଖ ଯାଏ ପରୀକ୍ଷା ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବିଭିନ୍ନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ । ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ହେବ ।

ସମ୍ବନ୍ଧିତ ଖବର ଆହୁରି ୪ ଦିନ କଲବଲ କରିବ ଘନ କୁହୁଡି,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀ ନିଜର ବୈଧ ପ୍ରମାଣପତ୍ର ନେଇ ପରୀକ୍ଷା ହଲରେ ପ୍ରବେଶ କରିବେ । ପରୀକ୍ଷା ଆରମ୍ଭର ଅଧ ଘଣ୍ଟା ଭିତରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପ୍ରାକ୍ଟିକାଲ ପାଇଁ ସୁଯୋଗ ମିଳିବ । 

ସମ୍ବନ୍ଧିତ ଖବର ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ ସିଂ

ସିଏଚ୍ଏସ୍ଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପ୍ରତି ଯୁକ୍ତ ଦୁଇ କଲେଜରେ ବାହ୍ୟ ପରୀକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛି । ପରୀକ୍ଷକ ନିଯୁକ୍ତି ପାଇଁ ସିଏଚ୍ଏସ୍ଇର ଅନୁମତି ନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଜଣେ ଶିକ୍ଷାର୍ଥୀ ଗୋଟିଏ ଦିନରେ ଯେପରି ଦୁଇଟି ପ୍ରାକ୍ଟିକାଲ ପରୀକ୍ଷା ନ ଦିଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ପରୀକ୍ଷା ସମୟରେ ପାନୀୟ ଜଳ ସହ ପ୍ରାଥମିକ ଚିକିତ୍ସା ବାକ୍ସର ବ୍ୟବସ୍ଥା କରିବାକୁ କୁହାଯାଇଛି । ପରୀକ୍ଷା ସମୟରେ ସମସ୍ତ ପରୀକ୍ଷା ହଲରେ ସିସିଟିଭି ସହ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରିବାକୁ କୁହାଯାଇଛି । 

ସମ୍ବନ୍ଧିତ ଖବର ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

Tags: