ଆଜିଠାରୁ ଆରମ୍ଭ ହେଲା +୨ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଲା +୨  ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା
Samaya Live News Picture
Published On

ଭୁବନେଶ୍ବର : ଆଜିଠୁ ଆରମ୍ଭ ହେଲା + ୨ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଆଜିଠୁ ଡିସେମ୍ବର ୩୧ ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ମୋଟ ୩ ଲକ୍ଷ ୭୩ ହଜାର ୯୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଜାନୁଆରୀ ୨୫ ମଧ୍ୟରେ ପରୀକ୍ଷା ଖାତା ଦାଖଲ କରିବାକୁ ସମସ୍ତ କଲେଜକୁ ସିଏଚଏସଇ ନିର୍ଦ୍ଦେଶ ଦେଇଛି। 

ସେହିପରି ଇଣ୍ଟରନାଲ୍ ଆସେସମେଣ୍ଟ ସହ ପ୍ରୋଜେକ୍ଟ ମଧ୍ୟ ବାଧ୍ୟତାମୂଳକ ଅଟେ। ଅନୁପସ୍ଥିତ ରହିଲେ ଜାନୁଆରୀ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଦେବାକୁ ହେବ। କଳା ଓ ବିଜ୍ଞାନ ପରୀକ୍ଷାର୍ଥୀ ଦେବେ ମାତୃଭାଷା, ଇଂରାଜୀ ଓ ଗଣିତ ପରୀକ୍ଷା। ମାତୃଭାଷା, ଇଂରାଜୀ ଓ ଗଣିତ ପ୍ରତିଟି ବିଷୟ ପାଇଁ ୨୦ ମାର୍କ ରହିଥିବା ବେଳେ ବାଣିଜ୍ୟ ପରୀକ୍ଷାର୍ଥୀଙ୍କ ମାତୃଭାଷା, ଇଂରାଜୀ ଓ ପ୍ରୋଜେକ୍ଟ ପାଇଁ ୨୦ ମାର୍କ ରହିଛି। ଜାନୁଆରୀ ୨ରୁ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ହେବ । ଫେବ୍ରୁଆରୀ ୧୮ରୁ ୨୫ ମାର୍ଚ୍ଚ ଯାଏ ଥିଓରୀ ପରୀକ୍ଷା ହେବ । 

ସୂଚନାଯୋଗ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଗତ ଶୁକ୍ରବାର ପ୍ରକାଶ ପାଇଛି । ସାମ୍‌ସ ଇ-ସ୍ପେସ୍ ୱେବ୍‌ସାଇଟ୍‌ରେ ଆଡମିଟ୍ ଉପଲବ୍ଧ ହୋଇଛି । ଏନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଅଧ୍ୟକ୍ଷ ମାନଙ୍କୁ ଅବଗତ କରାଇଛନ୍ତି । 

 

Tags: