+୨ ଫର୍ମ ପୂରଣ ତାରିଖ ବଦଳିଲା
ଭୁବନେଶ୍ୱର : ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ +୨ ଫର୍ମ ପୂରଣ ତାରିଖ ବୃଦ୍ଧି ହେଲା । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ବିନା ଜରିମାନାରେ ଫର୍ମ ପୂରଣ କରିବାର ଶେଷ ତାରିଖ ନଭେମ୍ବର ୧୧ ତାରିଖ ଧାର୍ଯ୍ୟ ହୋଇଥିଲା ।
ଏହି ବର୍ଦ୍ଧିତ ତାରିଖ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଏବଂ ପତ୍ର ବିନିମୟ ପାଠ୍ୟକ୍ରମର ସମସ୍ତ ନିୟମିତ ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବ। ସମସ୍ତ ଫର୍ମ ପୂରଣ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ SAMS Odisha ଇ-ସ୍ପେସ୍ ପୋର୍ଟାଲ ଜରିଆରେ ସମ୍ପନ୍ନ ହେବ ।
ବାତ୍ୟା 'ଅର୍ଣ୍ଣବ' ଓ 'ମୁରାସୁ' କାରଣରୁ ହୋଇଥିବା ବାଧାବିଘ୍ନ ଏବଂ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି CHSE ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
Tags:




