ଫେବ୍ରୁଆରି ୧୮ରୁ ଆରମ୍ଭ +୨ ପରୀକ୍ଷା

ଫେବ୍ରୁଆରି ୧୮ରୁ ଆରମ୍ଭ +୨ ପରୀକ୍ଷା

କଟକ : ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଆସନ୍ତା ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୧ ଯାଏଁ ଚାଲିବ  ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତାରିଖ ଘୋଷଣା ହୋଇଛି । 

ସମ୍ବନ୍ଧିତ ଖବର ପଶ୍ଚିମବଙ୍ଗରେ ନିପା ଭାଇରସ ଚିହ୍ନଟ,ଓଡ଼ିଶାରେ ଆଲର୍ଟ

ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି ପରୀକ୍ଷା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପିଲାମାନଙ୍କୁ ଡିସେମ୍ବର ୧୫ ତାରିଖରୁ ଆଡମିଟ୍ କାର୍ଡ ଦିଆଯିବ । 

ସମ୍ବନ୍ଧିତ ଖବର ସୁବର୍ଣ୍ଣପୁର ପୋଲିସକୁ ହାଇକୋର୍ଟଙ୍କ ନୋଟିସ

ଚଳିତବର୍ଷ ମୋଟ ୪ ଲକ୍ଷ ୭୩୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। କଳାରେ ୨ ଲକ୍ଷ ୫୬ ହଜାର ୪୩ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟରେ ୨୪ ହଜାର ୫୩୩ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଡିସେମ୍ବର ୧୫ ତାରିଖରେ ମିଳିବ ଆଡମିଟ କାର୍ଡ।

ସମ୍ବନ୍ଧିତ ଖବର ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଲେ ଝିଅ ସୋଫିଆ

୧୩୫୦ ଟି ପରୀକ୍ଷା କେନ୍ଦ୍ର ଅଛି। ଆବଶ୍ୟକତା ଅନୁସାରେ କିଛି ପରିବର୍ତ୍ତନ ହୋଇପାରେ। ଗତଥର ୧୨୬୮ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ସମସ୍ତ ୨୧୦ଟି ହବ୍ ଏଆଇ କ୍ୟାମେରା ସର୍ଭେଲାନ୍ସରେ ରହିବ। ପ୍ରଥମଥର ପ୍ରାକ୍ଟିକାଲ ପରୀକ୍ଷାରେ ଓ୍ବେବ୍‌ କାଷ୍ଟ , ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ହେବ। ୪୦ ଦିନରେ ଫଳାଫଳ ପ୍ରକାଶ ପାଇବ। କପି ରୋକିବାକୁ ଏଆଇ ସହାୟତା ନିଆଯିବ।

Tags: