କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା +୨ ପରୀକ୍ଷା

କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା +୨ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା +୨ ପରୀକ୍ଷା ଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଏକ ଦିନରେ ପରୀକ୍ଷା କରାଯାଉଛି । ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ପରୀକ୍ଷା ହେବ। ୨୧୧ଟି ପରୀକ୍ଷା ପରିଚାଳନା ହବ୍ ଅଧୀନରେ ଥିବା ୧୯୦୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେଉଛି । ଶେଷଦିନ ଗୃହ ବିଜ୍ଞାନ ପରୀକ୍ଷା ହେବ। ୨୩ ଦିନ ବିଭିନ୍ନ ପରୀକ୍ଷା ହେବ। 

ସମ୍ବନ୍ଧିତ ଖବର ଭୁବନେଶ୍ୱର ହେବ ଆଇଟି ହବ - ମୁଖ୍ୟମନ୍ତ୍ରୀ

ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି ଛାତ୍ରୀଛାତ୍ର । ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଯାଞ୍ଚ କରି ପରୀକ୍ଷା ହଲ୍‌କୁ ଛଡ଼ାଯାଇଥିବା ବେଳେ ଏଥିସହ ବିଭିନ୍ନ ହବ୍‌ କେନ୍ଦ୍ରରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ସକାଳୁ ୭.୩୦ ମିନିଟ୍‌ ମଧ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ପଠାଯାଇଛି। ଚଳିତ ଥର ୪ ଲକ୍ଷ ୧ହଜାର ୬୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସୁରକ୍ଷିତ ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି ।

ସମ୍ବନ୍ଧିତ ଖବର ବୃଦ୍ଧି ହେଲା ସୁନା ଦର,ରୂପା ଦରରେ ହ୍ରାସ

 

ସମ୍ବନ୍ଧିତ ଖବର ୪ ସହର ହେବ ଇକୋନୋମିକ ଜୋନ - ଅନୁ ଗର୍ଗ

Tags: