୨୦ରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ
ଭୁବନେଶ୍ୱର : ମେ' ୨୦ ତାରିଖରେ ବାହାରିବ +୨ ପରୀକ୍ଷା ଫଳ । ଏକସଙ୍ଗେ କଳା , ବାଣିଜ୍ୟ ବିଜ୍ଞାନ ଏବଂ ଧନ୍ଦା ମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ଥର ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୪ ଲକ୍ଷରୁ ଉର୍ଦ୍ଧ୍ୱ ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷାଫଳ ତାରିଖ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଯାଇଛି ।
Tags:



