୧୫୧ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ +୨ ଖାତା ଦେଖା ଆରମ୍ଭ

୧୫୧ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ +୨ ଖାତା ଦେଖା ଆରମ୍ଭ
Samaya Live News Picture
Published On

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ୧୫୧ଟି କେନ୍ଦ୍ରରେ ନିୟୋଜିତ ୮୨୫୮ ଜଣ ଅଧ୍ୟାପକ ଖାତା ଦେଖିଛନ୍ତି । ପ୍ରଥମ ଦିନରେ ଖାତା ଦେଖାରେ ନିୟୋଜିତ ସବୁ ଅଧ୍ୟାପକ ୫ଟି ଲେଖାଏଁ ଖାତା ଦେଖିଛନ୍ତି ବୋଲି ସିଏଚ୍ଏସ୍ଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏପ୍ରିଲ୍ ୧୫ରୁ ୨୬ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ । ୭୫ଟି କେନ୍ଦ୍ରରେ ହେବାକୁ ଥିବା ଅଲ୍ଲାଇନ ଖାତା ଦେଖା ପାଇଁ ୪୧୭୮ଜଣ ଅଧ୍ୟାପକ ନିୟୋଜିତ ହେବେ । ୭୬ଟି କେନ୍ଦ୍ରରେ ଅଫ୍‌ଲାଇନ ଖାତା ଦେଖା ପାଇଁ ୪୦୫୮ଜଣ ଅଧ୍ୟାପକ ନିୟୋଜିତ ହେବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି ।

ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ମୋଟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ମୋଟ ୨୫ ଲକ୍ଷ ଖାତା ଦେଖା ହେବ । ଏଥିପାଇଁ ମୋଟ ୧୬ ହଜାର ୪୯୪ଜଣ ଅଧ୍ୟାପକ ନିୟୋଜିତ ହେବେ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଖାତା ଦେଖା ହେବ । ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରେ ଖାତା ଦେଖା ହେବ । ଅନ୍‌ଲାଇନ ଖାତା ଦେଖା ୭୫ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ।
 

 

Tags: