ଅନଲାଇନରେ ହୋଇପାରେ +୨ ଖାତା ଦେଖା

ଅନଲାଇନରେ ହୋଇପାରେ +୨ ଖାତା ଦେଖା
Samaya Live News Picture
Published On

ଭୁବନେଶ୍ୱର : ବଦଳିବ +୨ ପରୀକ୍ଷା ଖାତା ଦେଖା ଢାଞ୍ଚା । ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ଖାତା ଦେଖା ହେବ । ଯୁକ୍ତ ଦୁଇ କଳା ବିଭାଗ ଖାତା ଦେଖା ଅନଲାଇନରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ଖାତା ଦେଖା ହେବ । ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିଲେ ହିଁ କାର୍ୟ୍ୟକ୍ଷମ ହେବ । ତେବେ ପୂର୍ବରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଖାତା ଅନଲାଇନରେ ମୂଲ୍ୟାୟନ ହେଉଥିଲା । ହେଲେ ଏବେ ସମସ୍ତ ବିଭାଗର ଖାତା ଅନଲାଇନରେ ଦେଖାଯିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ମାଧ୍ୟମିକ ପରୀକ୍ଷା ନିୟନ୍ତ୍ରକ  ।

ମନ୍ତ୍ରୀ କହିଛନ୍ତି AI କ୍ୟାମେରା ପରୀକ୍ଷା ପ୍ରଶ୍ନପତ୍ର ଜଗିବ। ଗତଥର ଏଚଏସଇ ପରୀକ୍ଷାରେ AI କ୍ୟାମେରା ଲାଗିଥିଲା। କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। AI କ୍ୟାମେରା ଲାଗିବା ଦ୍ବାରା ସ୍ବଚ୍ଛତାର ସହ ପରିକ୍ଷା ପରିଚାଳନା ହୋଇପାରିବ। ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଏହି ବ୍ୟବସ୍ଥା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇସାରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରି ୨ ତାରିଖରୁ ଆରମ୍ଭ ହୋଇସାରିଛି । ଜାନୁଆରି ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ ।

Tags: