୫୦୦ କୋଟିର ପ୍ୟାକେଜ ରାଜ୍ୟରେ ରିଲିଫ୍‌ ଓ ପୁନଃଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବ: ଧର୍ମେନ୍ଦ୍ର

Edited by Papu Mohanty ଭୁବନେଶ୍ୱର: ମେ ୨୨:ଓଡିଶାର ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୫ଶହ କୋଟି ଟଙ୍କାର ଅଗ୍ରୀମ ସହାୟତା ରାଶି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ମୋଦି ସରକାର ଅତୀତରେ ବିପଦ ସମୟରେ କାନ୍ଧକୁ କାନ୍ଧ ମିଶାଇ ଓଡିଶାବାସୀଙ୍କ ସହ ଛିଡା ହୋଇଛନ୍ତି । ଓଡିଶାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଶ୍ରୀ ପ୍ରଧାନ […]

Samaya Live Picture
Published On

Edited by Papu Mohanty

ଭୁବନେଶ୍ୱର: ମେ ୨୨:ଓଡିଶାର ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୫ଶହ କୋଟି ଟଙ୍କାର ଅଗ୍ରୀମ ସହାୟତା ରାଶି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ମୋଦି ସରକାର ଅତୀତରେ ବିପଦ ସମୟରେ କାନ୍ଧକୁ କାନ୍ଧ ମିଶାଇ ଓଡିଶାବାସୀଙ୍କ ସହ ଛିଡା ହୋଇଛନ୍ତି । ଓଡିଶାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛିା ଅପରପକ୍ଷରେ ଓଡିଶାରେ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ଆସିବେ । ବିସ୍ତୁତ ସର୍ବେକ୍ଷଣ କରାଯିବା ପରେ ଅମ୍ଫନ ପରବର୍ତୀ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଭାରତ ସରକାର ଓଡିଶା ସରକାରଙ୍କୁ ସହଯୋଗ କରିବେ ଏବଂ ଏହି ସଙ୍କଟରୁ ବାହାରିବା ପାଇଁ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରାଜ୍ୟର ପୁନଃଉଦ୍ଧାର ଓ ପୁନଃଗଠନ ସହିତ ଜଡିତ ସମସ୍ତ ଦିଗରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଓଡିଶାର ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲା ଗୁଡିକର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏଥିରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ସାମିଲ ହୋଇଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।