୪୬ ବର୍ଷରେ ପାଦ ଥାପିଲା ଭାରତୀୟ ଜନତା ପାର୍ଟି

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

୪୬ ବର୍ଷରେ ପାଦ ଥାପିଲା ଭାରତୀୟ ଜନତା ପାର୍ଟି
Samaya Live News Picture
Published On

ଭୁବନେଶ୍ୱର : ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ୧୯୮୦ ମସିହା ଆଜିର ଦିନରେ ଅର୍ଥାତ ୬ ଏପ୍ରିଲରେ  ଭାରତୀୟ ଜନତା ପାର୍ଟୀର ମୂଳଦୁଆ ପଡିଥିଲା । ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗ ଦେଶ, ପରେ ପାର୍ଟି ଆଦର୍ଶରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ଦଳର ପ୍ରବକ୍ତା ବିଜୟ ପାଲ ସିଂ ତୋମାର । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଦଳର ବହୁ ବରିଷ୍ଠ ନେତୃବୃନ୍ଦ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ୪୭ ବର୍ଷର ଯାତ୍ରାରେ ଦଳ ଯେଉଁ ସଂକଳ୍ପ ନେଇଥିଲା, ଆଜି ମଧ୍ୟ ସେହି ଲକ୍ଷ୍ୟ ପଥରେ ଅଗ୍ରସର ହେଉଥିବା କହିଛନ୍ତି ପ୍ରଭାତି ପରିଡ଼ା । ଦଳର ଏହି ସଫଳତା ପଛରେ ୧୪ କୋଟିରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠା ଓ ତ୍ୟାଗ ରହିଛି । ଯେଉଁ ପୁରୁଖା ନେତା ଓ କର୍ମୀମାନେ ଦଳକୁ ଏହି ସୁଦୃଢ଼ ସ୍ଥିତିକୁ ଆଣିଛନ୍ତି, ସେମାନଙ୍କୁ ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ସର୍ବଦା ଦେଶ ପ୍ରଥମ ନୀତି ଦ୍ୱାରା ପରିଚାଳିତ। ଦେଶ ପ୍ରଥମ ନୀତିରେ ପରିଚାଳିତ ହୋଇ ସମାଜ ସେବାରେ ଆଗୁଆ କାର୍ଯ୍ୟକର୍ତ୍ତାମାନେ ସେବା, ସମର୍ପଣ ଏବଂ ସୁଶାସନ ପ୍ରତି ଆଗ୍ରହ ପାଇଁ ଜଣାଶୁଣା ।  ବିଜେପିର କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କୁ ଆମ ବିଚାରଧାରା ଏବଂ କାର୍ଯ୍ୟ ସହିତ ଯୋଡ଼ିବାରେ ସଫଳ ହୋଇଛନ୍ତି। ବିଜେପି ଲୋକଙ୍କ କଲ୍ୟାଣକୁ ଏହାର ଦୃଷ୍ଟିକୋଣର କେନ୍ଦ୍ରରେ ରଖେ। ବିଜେପି ଏକ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ପ୍ରଧନମନ୍ତ୍ରୀ ମୋଦି।

ସେହିପରି ବିଜେପିର ପ୍ରତିଷ୍ଠା ଦିବସରେ ସମସ୍ତ ବିଜେପି କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ କଲ୍ୟାଣର ମୂଳ ଭାବନା ସହ ଆରମ୍ଭ ହୋଇଥିବା ବିଜେପି, ମୋଦିଙ୍କ ନେତୃତ୍ୱରେ, "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ" ମନ୍ତ୍ରକୁ ସାକାର କରିଛି । ଦେଶକୁ ତୁଷ୍ଟୀକରଣରୁ ମୁକ୍ତ କରି ଏବଂ ସୁଶାସନ ଏବଂ ସ୍ୱଚ୍ଛତା ପ୍ରତିଷ୍ଠା କରି ବିଜେପି ଗଣତନ୍ତ୍ରର ମୂଳକୁ ମଜବୁତ କରିଛି । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଳର ସମସ୍ତ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା, ସମର୍ଥକଙ୍କୁ ଅଭିନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ ଉପରେ ବିଶ୍ୱାସ ରଖିଥିବା ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ବିଜେପି କେବଳ ଏକ ରାଜନୈତିକ ସଂରଚନା ନୁହେଁ,ତ୍ୟାଗ, ଆଦର୍ଶ, ସନାତନ ଜୀବନ ମୂଲ୍ୟବୋଧରେ ସିକ୍ତ ଜୀବନ୍ତ ବିଚାରଧାରା, ରାଷ୍ଟ୍ର ପ୍ରଥମ ମନ୍ତ୍ରରେ ଅନୁପ୍ରାଣିତ ରାଷ୍ଟ୍ରବାଦୀ ପରିବାର ବିଶାଳ ବଟ ବୃକ୍ଷରେ ପିରଣତ ଏକ ବିଶାଳ ବଟବୃକ୍ଷ ସଦୃଶ ଭାରତୀୟଙ୍କ ଆଶା ଓ ବିଶ୍ୱାସକୁ ପରିପୂର୍ଣ୍ଣ କରୁଛି ବୋଲି କହିଛନ୍ତି ।  

Tags: