୧୨ରୁ ଚାଲିବ ଟ୍ରେନ୍; ୧୧ରୁ ଟିକେଟ୍ ବୁକିଂ
Edited by Papu Mohanty ଭୁବନେଶ୍ୱର (ସବୁ୍ୟ): 10/05; ଚଳିତମାସ ୧୨ତାରିଖରୁ ଦେଶରେ ରେଳସେବା ଆରମ୍ଭ ହେବ । ଏଥିପାଇଁ ୧୧ତାରିଖ ଅପରାହ୍ନ ୪ଟାରୁ ଆଇଆରସିଟି ଅଫିସିଆଲ୍ରେ େୱବସାଇଟ୍ରେ ଟିକେଟ୍ ବୁକିଂ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ରେଳସେବା ବନ୍ଦ ରହିଥିଲା । ମୋଟ ୧୩,୫୨୩ଟି ଟ୍ରେନ ଏବେ ବିଭିନ୍ନ ରେଳ ଷ୍ଟେସନରେ ଅଟକି ରହିଛି । ଟିକେଟ୍ […]
Edited by Papu Mohanty
ଭୁବନେଶ୍ୱର (ସବୁ୍ୟ): 10/05; ଚଳିତମାସ ୧୨ତାରିଖରୁ ଦେଶରେ ରେଳସେବା ଆରମ୍ଭ ହେବ । ଏଥିପାଇଁ ୧୧ତାରିଖ ଅପରାହ୍ନ ୪ଟାରୁ ଆଇଆରସିଟି ଅଫିସିଆଲ୍ରେ େୱବସାଇଟ୍ରେ ଟିକେଟ୍ ବୁକିଂ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ରେଳସେବା ବନ୍ଦ ରହିଥିଲା । ମୋଟ ୧୩,୫୨୩ଟି ଟ୍ରେନ ଏବେ ବିଭିନ୍ନ ରେଳ ଷ୍ଟେସନରେ ଅଟକି ରହିଛି । ଟିକେଟ୍ ବୁକିଂ ପରେ ଏସବୁ ଟ୍ରେନ୍ ଚଳାଚଳ କରିବ । ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ, ଅଗରତାଲା, ପାଟ୍ନା, ହାୱଡା, ରାଞ୍ଚି, ବିଳାଷପୁର, ଭୁବନେଶ୍ୱର, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ସିକନ୍ଦରାବାଦ୍, ଅହମ୍ମଦାବାଦ୍, ମୁମ୍ବାଇ ସେଣ୍ଟ୍ରାଲ୍ ଓ ଜମ୍ମୁ ତାୱିକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ୧୨ତାରିଖରୁ ପ୍ରାଥମିକ ଭାବରେ ୩୦ଟି ଟ୍ରେନ୍ ଯା ଆସ କରିବ ବୋଲି ଜଣାପଡିଛି ।




