ହ୍ୟୁମାନ ମୃତ୍ୟୁ ମାମଲା,ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ

ହ୍ୟୁମାନ ମୃତ୍ୟୁ ମାମଲା,ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ

କଟକ : ସନ୍ଦେହ ଘେରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା । ତାଙ୍କ ମୃତ୍ୟୁକୁ ଏକ ମାସରୁ ଉର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ ଥମୁନାହିଁ ବୟାନ ବାଜି । ପୁଅ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ମା'ଶେଫାଳି ସୁନା ଗତ ୨୧ ତାରିଖ ରବିବାର ଦିନ କଟକ ମର୍କତ ନଗର ଥାନାରେ ଏତଲା ଦେଇଥିଲେ । ଏତଲାରେ ସେ ବୋହୁ ଶ୍ରେୟା ମିଶ୍ରଙ୍କ ସହିତ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ । ଏତଲାରେ ସେ ସୋମେଶ ସତ୍ପଥୀଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ । ତେବେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେନ କରିଛନ୍ତି ସୋମେଶ ।

ସମ୍ବନ୍ଧିତ ଖବର ନକଲି ଚାଷୀଙ୍କୁ ସରକାର ଦେବେ ସୋ କଜ ନୋଟିସ

ସୂଚନାନୁସାରେ,ନଭେମ୍ବର ୧୭ ତାରିଖରେ ପ୍ରସିଦ୍ଧ ଓଲିଉଡ଼ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରକାର ରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଥିଲା । ତେବେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ଷ୍ଟେଜ ପ୍ରୋଗ୍ରାମ କରୁଥିବାବେଳେ ହଠାତ ଗୁରୁତର ଭାବେ ଶାରୀରିକ ଅସୁସ୍ଥ ହେବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଥିଲା । ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଏହି ଘଟଣାକୁ ସହଜରେ ବିଶ୍ୱାସ କରିପାରିନଥିଲେ । ତାଙ୍କ ପ୍ରଶଂସକ ମାନେ ବିଭିନ୍ନ ଥାନାରେ ହ୍ୟୁମାନଙ୍କ ସହଯୋଗୀଙ୍କ ନାଁ ରେ ଥାନାରେ ଏତଲା ଦେଇଥିଲେ । ଏହି ଘଟଣାରେ ତାଙ୍କ ମା' ମଧ୍ୟ ପୁଅକୁ ସମ୍ଭବତଃ ବିଷ ଦିଆଯିବା, ଶାରୀରିକ ଆଘାତ ପହଞ୍ଚାଇବା, ମାନସିକ ନିର୍ଯାତନା ଦେବା, ଧମକଚମକ ଦେବା, ବିଭିନ୍ନ ଚାପ ପ୍ରୟୋଗ କରିବା ଓ ଆର୍ଥିକ ସ୍ତରରେ ଲାଭବାନ ହେବାର ଉଦ୍ଦେଶ୍ୟ ରଖିବା ଯୋଗୁଁ ହ୍ୟୁମାନଙ୍କର ମୃତ୍ୟୁ ହୋଇଥିବା ନେଇ ଏତଲାରେ ଆଶଙ୍କା କରିଛନ୍ତି । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସେମାନଙ୍କର ମଧ୍ୟ ସମାନ ତଥ୍ୟ ସଂଗ୍ରହ କରି ଯାଞ୍ଚ୍ କରିବାକୁ ହ୍ୟୁମାନ୍‌ଙ୍କ  ମା’ ଦେଇଥିଲା ଏତଲାରେ ଅନୁରୋଧ କରାଯାଇଛି । 

ସମ୍ବନ୍ଧିତ ଖବର ଚର୍ଚ୍ଚାରେ ଜିୟା

 

ସମ୍ବନ୍ଧିତ ଖବର ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ

Tags: